ପଦ୍ମାବତ ପରେ ଏବେ ଟାର୍ଗେଟରେ ସନ୍ନି ଲିଓନିଙ୍କ ଫିଲ୍ମ, ବଢ଼ିବାରେ ଲାଗିଛି ବିରୋଧ

ମୁମ୍ବାଇ : ଏବେ ବଳିଉଡ଼ର ବେବି ଡ଼ଲ ଅଭିନେତ୍ରୀ ସନ୍ନି ଲିଓନିଙ୍କ ବିରୋଧରେ ବିବାଦ ବଢ଼ିବାରେ ଲାଗିଛି। କର୍ଣ୍ଣାଟକର ରକ୍ଷର ବେଦିକ୍ ସଂଗଠନ ଏବଂ ଅନ୍ଯ ଏକ ହିନ୍ଦୁ ସଂଗଠନ ଆଗକୁ ଆସିବାକୁ ଥିବା ସନ୍ନି ଲିଓନିଙ୍କ ଫିଲ୍ମ ‘ବିରମାଦେବୀ’କୁ ବିରୋଧ କରିଛି। ବିରୋଧ ଏତେ ବଢ଼ିଛି କି କର୍ଣ୍ଣାଟକରେ କିଛି ବ୍ଯକ୍ତି ନିଜ ହାତ କାଟିବା ସହ ଯଦି ତାଙ୍କ କଥା ନଶୁଣାଯାଏ ତେବେ ପଦ୍ମାବତ ଫିଲ୍ମରେ କର୍ଣ୍ଣି ସେନାର ବିରୋଧ ଭଳି କର୍ଣ୍ଣାଟକରେ ଅବସ୍ଥା ହେବ ବୋଲି ଧମକ ହେଇଛନ୍ତି।

ସୂଚନା ଅନୁଯାୟୀ, ଏହି ସଂଗଠନ ସନ୍ନି ଲିଓନିଙ୍କ ଆଗକୁ ଆସୁଥିବା ଫିଲ୍ମ ‘ବୀରମାଦେବୀ’କୁ ବିରୋଧ କରି ଆନ୍ଦୋଳନ କରିଛନ୍ତି। ସନ୍ନି ଏହି ଫିଲ୍ମରେ ମୁଖ୍ଯ ଚରିତ୍ର ‘ବିରଙ୍ଗନା’ଙ୍କ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ବିରୋଧିଙ୍କ କହିବା ଅନୁଯାୟୀ, ବିରଙ୍ଗାନାଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ସନ୍ନି ଉପଯୁକ୍ତ ନୁହଁନ୍ତି କାରଣ ସେ ଜଣେ ଆଡ଼ଲ୍ଟ  ଷ୍ଟାର। ଏହା ଦ୍ବାରା ବୀରମାଦେବୀଙ୍କର ଐତିହାସିକ ମହତ୍ତ୍ବ ଉପରେ ଖରାପ ପ୍ରଭାବ ପଡ଼ିବ। ଏଥିସହ ସନ୍ନିଙ୍କର ୩ ନଭେମ୍ବରକୁ ଥିବା ବାଙ୍ଗାଲୁରୁ କାର୍ଯ୍ଯକ୍ରମକୁ ମଧ୍ୟ ବିରୋଧ କରାଯାଉଛି।

sunny-leone-

ତେବେ ଏହା ପ୍ରଥମ ଥର ନୁହଁ ଯେବେ ଅଭିନେତ୍ରୀ ସନ୍ନିଙ୍କୁ କର୍ଣ୍ଣାଟକରେ ବିରୋଧର ସାମ୍ନା କରିବାକୁ ପଡ଼ୁଛି। ଏହା ପୂର୍ବରୁ ମଧ୍ୟ ସନ୍ନି ଲିଓନିଙ୍କ କାର୍ଯ୍ଯକ୍ରମକୁ ନେଇ ବିରୋଧ ହେବା ସହ ଅନେକ ଥର କାର୍ଯ୍ଯକ୍ରମ ରଦ୍ଧ ମଧ୍ୟ ହୋଇଛି। ତେବେ ଆପଣଙ୍କୁ କହିବାକୁ ଚାହିଁବୁ ଚଳିତ ବର୍ଷ ଆରମ୍ଭରେ ଦୀପିକା ପାଦୁକୋଣଙ୍କ ଅଭିନୀତ ତଥା ସଂଞ୍ଜୟ ଲୀଳା ବଂଶାଳୀଙ୍କ ନିର୍ଦ୍ଦେଶିତ ପଦ୍ମାବତ ଫିଲ୍ମକୁ ରାଜସ୍ଥାନରେ ଖୁବ ବିରୋଧ କରାଯାଇଥିଲା। ଯାହାପରେ ଫିଲ୍ମର ନାମ ପରିବର୍ତ୍ତନ କରାଯିବା ସହ ଏହାର ଅନେକ ସିନକୁ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ତେବେ ଦେଖିବା ବାକି ରହିଲା ସନ୍ନିଙ୍କ ଫିଲ୍ମର କଣ ହେଉଛି।

Leave A Reply

Your email address will not be published.