ମାମଲା ଦୁର୍ନୀତିର : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ

ଢାକା : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ । ଏକ ଦୁର୍ନୀତି ମାମଲାରେ ତାଙ୍କୁ ଏହି ଦଣ୍ଡାଦେଶ ହୋଇଛି । ଢାକାଠାରେ ଥିବା ଏକ ସ୍ବତନ୍ତ୍ର କୋର୍ଟ ଏହି ରାୟ ଶୁଣାଇଛନ୍ତି । ଯାହାକୁ ଖାଲେଦାଙ୍କ ସମର୍ଥକମାନେ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛନ୍ତି । ତାଙ୍କ ବିରୋଧରେ ଜନ କଲ୍ୟାଣ କାର୍ଯ୍ୟ ପାଇଁ ଥିବା ୩୧.୫ ନିୟତ ଟଙ୍କା ହଡ଼ପ ଅଭିଯୋଗର ମାମଲା ଚାଲିଥିଲା । ଅନ୍ୟପକ୍ଷରେ ଏକ ଅନାଥାଶ୍ରମର ଅର୍ଥ ହଡ଼ପ ଅଭିଯୋଗରେ ଖାଲେଦା ଜିଆ ଗତ ଫେବ୍ରୁଆରୀ ମାସରୁ ଜେଲରେ ଅଛନ୍ତି । ସେହି ମାମଲାରେ ତାଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.