କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର କିଟ୍ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଚାଲିଥିବା ୬୯ତମ ଜାତୀୟ ଭଲିବଲ୍ ଚାମ୍ପିଅନସିପର ଫାଇନାଲ ଲାଇନ୍ ଅପ ଚୂଡାନ୍ତ ହୋଇଛି। ପୁରୁଷ ବିଭାଗରେ ହରିୟାଣା ଓ ଆସାମ ମଧ୍ୟରେ ଟାଇଟଲ ଲଢେଇ ହେବ। ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ମୁହାଁମୁହିଁ ହେବେ ରେଳବାଇ ଓ କେରଳା।
ସେପଟେ ମହିଳା ବିଭାଗ ଫାଇନାଲରେ ରେଳବାଇ ଓ କେରଳ ମଧ୍ୟରେ ଟକ୍କର ହେବ। ତୃତୀୟ ଓ ଚୁତୁର୍ଥ ସ୍ଥାନ ପାଇଁ ହିମାଚଳପ୍ରଦେଶ ଓ ପଶ୍ଚିମବଙ୍ଗ ମଧ୍ୟରେ ମୁକାବିଲା ହେବ। ଆସନ୍ତାକାଲି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ।