ରାଉରକେଲା: ହୋଟେଲ ମାଲିକ ହତ୍ୟା ମାମଲାରେ ୫ ଗିରଫ

ରାଉରକେଲା(କେନ୍ୟୁଜ୍):  ରାଉରକେଲାରେ ବହୁ ଚର୍ଚ୍ଚିତ ହୋଟେଲ ମାଲିକ ହତ୍ୟାକାଣ୍ଡର ୫ ଜଣ ହତ୍ୟାକାରୀଙ୍କୁ ଗିରଫ କରିଛି ପୋଲିସ।  ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଚୋରି ଗାଡିକୁ ଚୋରି କରିଥିବା ଦୁଇ ଚୋରକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ।  ଗତ ଫେବୃଆର ୯ ତାରିଖ ଦିନ ବସେରା ହୋଟେଲ ମାଲିକ ସାଜନ ମିତ୍ତଲ ହୋଟେଲରୁ କାମ ସାରି ରାତି ପ୍ରାୟ ୧୦ ଟା ବେଳେ ନିଜ ଡିଏବି ଲାଇନ ଘରେ ଗାଡି ରଖୁଥିବା ବେଳେ ତାଙ୍କ ଗୁଳିକରି ହତ୍ୟା କରିଥିଲେ ଦୁର୍ବୃତ୍ତ ।

ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ଏକ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ସହରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ  ନେଇ ଭୟଭୀତ ହୋଇ ପଡ଼ିଥିଲେ ଲୋକେ। ଶେଷରେ ହତ୍ୟାକାଣ୍ଡ ଘଟାଇଥିବା ୫ ଅପରାଧୀ ରାଜେଶ ସିଂ, ନିଲ ପଲ, ରଜତ ବିଶ୍ଵକର୍ମା, ଦିଲ୍ଲୀପ କୁମାର ଶର୍ମା, ଅମନ ପ୍ରସାଦକୁ  ଗିରଫ କରି କୋର୍ଟ ଚାଲାଣ କରିଛି  ପୋଲିସ। ଦିଲ୍ଲୀପ ଶର୍ମା ସହ ଜମି ଜମା ବିବାଦ ଏବଂ ପୂର୍ବ ଶତ୍ରୁତାକୁ ନେଇ ଘଟିଥିଲା ଏହି ହତ୍ୟାକାଣ୍ଡ। ସାଜନଙ୍କୁ ମାରିବା ପାଇଁ ଦିଲ୍ଲୀପ ଦେଇଥିଲେ ଅଢେଇ ଲକ୍ଷ ଟଙ୍କାର ସୁପାରୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.