Below header

ବାଲେଶ୍ଵର: ଜାଗର ଯାତ୍ରା ପାଇଁ ଜାରୀ ହୋଇଥିବା ନିର୍ଦ୍ଦେଶାବଳୀରେ ହେଲା ସାମାନ୍ୟ ପରିବର୍ତ୍ତନ

ବାଲେଶ୍ଵର(କେନ୍ୟୁଜ୍): ବାଲେଶ୍ଵରରେ ଆସନ୍ତାକାଲି ଜାଗର ଯାତ୍ରା ପାଇଁ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି କୋଭିଡ ପାଇଁ ଜାରୀ ହୋଇଥିବା ନିର୍ଦ୍ଦେଶାବଳୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ସକାଳ ୭ ରୁ ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଜାଗର ଯାତ୍ରା ପାଇଁ କଟକଣା ଜାରି କରାଯାଇଥିଲା ।

କେବଳ ଠାକୁର ଦର୍ଶନ ବ୍ୟତୀତ ମନ୍ଦିର ଭିତରେ ଦୋକାନ ବଜାର, ମେଳା ଓ ଗହଳି ଉପରେ କଟକଣା କରାଯାଇଛି । ଠାକୁରଙ୍କ ନୀତି ଅନୁସାରେ ମହାଦୀପ ଉଠିବା ବେଳେ କେବଳ ସେବାୟତ , ପୂଜକ ଓ ମନ୍ଦିର ଟ୍ରଷ୍ଟି ଉପସ୍ଥିତ ରହିବେ। ଭକ୍ତମାନଙ୍କୁ ଶୃଙ୍ଖଳା ଦର୍ଶନ ସହ ମସ୍କ ବଧ୍ୟତା ମୂଳକ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.