ସର୍ବସ୍ୱାନ୍ତ ଅଗ୍ନି ବିପନ୍ନଙ୍କୁ ସହାୟତା ଯୋଗାଇଲେ ସାମାଜିକ ସଂଗଠନ
ଟାଙ୍ଗୀ, ଖୋର୍ଦ୍ଧା : ଅସହାୟ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ସାମାଜିକ ଅନୁଷ୍ଠାନ । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ସାନ ନାଇରୀ ଦଣ୍ଡା ସାହିରେ ଗତ ୩ଦିନ ତଳେ ଘଟିଥିଲା ଅଗ୍ନିକାଣ୍ଡ । ରୋଷେଇ ଗ୍ୟାସରୁ ନିଆଁ ଲାଗି ୧୦ଟି ପରିବାରର ଘର ପୋଡି ଯାଇଥିଲା । ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ସହ ନିଆଁରେ ଜଣେ ମହିଳା ପୋଡ଼ି ଗୁରୁତର ଆହତ ହୋଇଛନ୍ତି ।
ଏହି ଅସହାୟ ପରିବାରକୁ ଦୁଇଟି ସାମାଜିକ ସଂଗଠନ ଗୁଞ୍ଜ ଓ ଇଶ୍ଵାର୍ଡ ସାହାଯ୍ୟର ହାତ ବଢ଼ାଇଛନ୍ତି । ସେମାନଙ୍କୁ ଚାଉଳ, ଡାଲି, ଲୁଣ, ତେଲ ଠାରୁ ଆରମ୍ଭ କରି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଓ ପଲିଥିନ ଯୋଗାଇଥିଲେ ।