କେନ୍ଦୁଝର: ଏକତରଫା ପ୍ରେମ କରୁଥିବା ଯୁବକ ଦେଉଥିଲା ନିର୍ଯାତନା, ସହି ନପାରି ବ୍ଲେଡ଼ରେ ହାତକାଟି ଯୁବତୀ ଗୁରୁତର                                                    

କେନ୍ଦୁଝର(କେନ୍ୟୁଜ୍):  ଏକତରଫା ପ୍ରେମ କରୁଥିବା ଯୁବକର ନିର୍ଯାତନା ସହି ନପାରି ବ୍ଲେଡ଼ରେ ହାତ଼ କାଟି ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ। ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚ଼ିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତ଼ର ଯୁବତୀ ଜଣଙ୍କ ହେଲେ ପଣ୍ତାପଡ଼ା ଥାନା ଜଙ୍ଗିରାଗ୍ରାମର ୧୯ ବର୍ଷୀୟା ଯୁବତୀ ।  ସୂଚ଼ନା ଅନୁସାରେ, ଯୁବତୀ ଜଣକ ସଦର ବ୍ଲକ କାଉଁରୀକଳା ପଞ୍ଚାୟତ଼ ହଳଦିଆଗୁଣା କାକା ଘରେ ରହି ଚ଼ମ୍ପୁଆ କଲେଜ ରେ ଯୁକ୍ତ ୩ ଦ୍ବିତ଼ୀୟ ବର୍ଷ ପଢୁଥିଲେ। ତାଙ୍କର ବିବାହ ଝୁମ୍ପୁରା ବ୍ଲକ ସିତାରାମପୁର ଗ୍ରାମରେ ଠିକ୍ ହେବାକୁ ଯାଉଥିଲା।

କିନ୍ତୁ ଜଣେ ଯୁବକ ଏକତରଫା ଭାବେ ତାଙ୍କୁ ଭଲପାଉଥିଲା। ଏଣୁ ସବୁ ସମୟରେ ଯୁବତୀଙ୍କୁ ମାନସିକ ନିର୍ଯାତନା ଦେବା ସହିତ ତାଙ୍କର ମୋବାଇଲ ହ୍ଵାଟସ୍‌ଆପ୍‌ରେ ୧ମାସ ଧରି ବିଭିନ୍ନ ମେସେଜ ପଠାଉଥିଲା। ଯୁବକଙ୍କ ନିର୍ଯ୍ୟାତନାରେ ଅତିଷ୍ଠ  ହେବାରୁ  ଯୁବତୀ ଜଣକ ମାନସିକ ଚ଼ିନ୍ତାରେ ଆସି ଆଜ ବ୍ଲେଡ଼ରେ ହାତ଼ କାଟିଦେଇଥିଲେ। ତାଙ୍କୁ ଗୁରୁତ଼ର ଅବସ୍ଥାରେ ବର୍ତ୍ତମାନ କେନ୍ଦୁଝର ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

 

Leave A Reply

Your email address will not be published.