ଖରାରେ ଆରାମ୍ ଦେବ ଆମ୍ବ ଜୁସ୍‌, ଏପରି କରନ୍ତୁ ପ୍ରସ୍ତୁତ

ଓଃ କି ଖରା। ଏବେ ଚାରିଆଡେ ଧୁ ଧୁ ଖରା। କେଉଁଠି ଟିକିଂଏ ଥଣ୍ଡା ପାନୀୟ ଟିକେ ମିଳିଗଲେ ମନକୁ ଯେମିତି ଶାନ୍ତି ମିଳିଯାଏ। ଏମିତିରେ ଯଦି ଆପଣଙ୍କୁ ବି କିଛି ଥଣ୍ଡା ପାନୀୟ ପିଇବାକୁ ଇଚ୍ଛା ହେଉଛି। ତାହେଲେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ତାଜା ତାଜା ଆମ୍ବ ଜୁସ୍‌। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ଗୋଟିଏ ତାଜା ଆମ୍ବ
  • ପିସ୍ତା – ୨ଟି
  • ଦହି – ଆବଶ୍ୟକ ଅନୁସାରେ
  • ଚିନି – ୪ ଛୋଟ ଚାମଚ୍‌

ପ୍ରସ୍ତୁତି ପ୍ରଣାଳୀ

ଆମ୍ବର ଲସି ବନାଇବା ପାଇଁ ସର୍ବପ୍ରଥମେ ଆମ୍ବର ଚୋପା ଛଡାଇ ଆମ୍ବର ଛୋଟ ଛୋଟ ଖଣ୍ଡ କରିଦିଅନ୍ତୁ।
ଏବେ ଏହାକୁ ନେଇ ଗ୍ରାଇଣ୍ଡରରେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏଥିରେ ଆମ୍ବ ଖଣ୍ଡ ସହିତ ଚିନି ଏବଂ ଦହି ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ।
ଏହାପରେ ଏକ କପ୍ ବରଫ ଖଣ୍ଡକୁ ନେଇ ଭଲଭାବେ ପୁଣି ଥରେ ବ୍ଲେଣ୍ଡ କରିଦିଅନ୍ତୁ।
ଆମ୍ବର ଥଣ୍ଡା ଥଣ୍ଡା ଲସି ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି। ଏହାକୁ ଗୋଟିଏ ଗ୍ଲାସରେ ବାହାର କରିଦିଅନ୍ତୁ।
ଏହି ଲସିରେ କାଟି ରଖିଥିବା ପିସ୍ତାକୁ ଗାର୍ନିସ୍ କରିଦିଅନ୍ତୁ। ଏବେ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କର ଆମ୍ବ ଲସି ପ୍ରସ୍ତୁତ ହୋଇଯାଇଛି।
ଯେତେବେଳେ ବି ଆପଣଙ୍କୁ କିଛି ଥଣ୍ଡା ପାନୀୟ ପିଇବାକୁ ମନ ହେବ ସେତେବେଳେ ଆପଣ ଏପରି ଲସି ଫଟାଫଟ୍ ବନାଇ ମଜାରେ ପିଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.