Below header

ନବୀନ ନିବାସ ନିକଟରେ ବିଜେପି ବିଧାୟକଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଖୁବ ଶୀଘ୍ର ଡକାଯିବ ସର୍ବଦଳୀୟ ବୈଠକ

କେନ୍ୟୁଜ୍(ବ୍ୟୁରୋ):  ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କଲେ ବିଜେପି ବିଧାୟକ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସହ କିଛି ବିଧାୟକ ଆଲୋଚନାରେ ସାମିଲ ହୋଇଥିଲେ । ନବୀନ ନିବାସ ନିକଟରେ ବିଜେପି ବିଧାୟକମାନେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସ୍ୱାଗତ କରିଥିଲେ । ବାହାରକୁ ଆସି ପାଛୋଟି ନେଇଥିଲେ । ବିଜେପି ବିଧାୟକଙ୍କୁ ଆଲୋଚନା ପାଇଁ ଡାକିଥିଲେ । ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।

cm naveen

 

ଧାନ ମଣ୍ଡିି ସମସ୍ୟା ନେଇ ଆଲୋଚନା ହୋଇଥିଲା। ଖୁବ ଶୀଘ୍ର ଧାନମଣ୍ଡିରୁ ଧାନ ଉଠିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି। ସର୍ବଦଳୀୟ ବୈଠକ ଡକାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିବା ପ୍ରଦୀପ୍ତ ନାଏକ କହିଛନ୍ତି। ଏହା ପୂର୍ବରୁ ବିଧାନସଭା ଆଗରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଲୋକସେବା ଭବନରୁ ବିଜେପି ବିଧାୟକମାନେ ଚାଲି ଚାଲି ନବୀନ ନିବାସ ଯାଇଥିଲେ । ସେମାନଙ୍କ ପଛେ ପଛେ ଯାଇଥିଲେ  BJD ବିଧାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.