ଜାତୀୟ ରାଜପଥରୁ ପୂରା ହଟିବ ଟୋଲ ପ୍ଲାଜା, ସୂଚନା ଦେଲେ ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ

କେନ୍ୟୁଜ୍(ବ୍ୟୁରୋ):  ଜାତୀୟ ରାଜପଥରୁ ପୂରା ହଟିଯିବ ଟୋଲ ପ୍ଲାଜା। ଆଗାମୀ ଏକ ବର୍ଷ ମଧ୍ୟରେ ସବୁ ଜାତୀୟ ରାଜପଥରୁ ଟୋଲ ପ୍ଲାଜା ଉଠିଯିବ । ଲୋକସଭାରେ ଏହା କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ। ସେ କହିଛନ୍ତି, ଜିପିଏସ ସିଷ୍ଟମ ମାଧ୍ୟମରେ ଗାଡ଼ିଗୁଡ଼ିକରୁ ଟୋଲ ଆଦାୟ କରାଯିବ । ୯୩ ପ୍ରତିଶତ ଗାଡ଼ି ଫାସ୍‌ଟ୍ୟାଗ ମାଧ୍ୟମରେ ଟୋଲ ଟିକସ ପ୍ରଦାନ କରୁଛନ୍ତି। ଅବଶିଷ୍ଟ ୭ ପ୍ରତିଶତ ସାଧାରଣ ଭାବେ ଟୋଲ ଟିକସ ଦେଉଥିବାରୁ ବର୍ତ୍ତମାନ ଦ୍ୱିଗୁଣା ଅର୍ଥ ଦେଉଛନ୍ତି।

ଆଗାମୀ ବର୍ଷକ ମଧ୍ୟରେ ସବୁ ଟୋଲ ସବୁ ହଟିଯିବା ପରେ ଜିପିଏସ ମାଧ୍ୟମରେ ଟୋଲ ଟିକସ ଆଦାୟ ହେବ। ଏହାସହ ଗାଡ଼ିରେ ଫାସ୍‌ଟ୍ୟାଗ ନଥିବା ମାଲିକଙ୍କ ବିରୋଧରେ ପୋଲିସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଗଡ଼କରୀ। ଫାସଟ୍ୟାଗ ନଲଗାଇବା ଦ୍ୱାରା ଟୋଲ ଟିକସ ଓ ଜିଏସଟି ଫାଙ୍କି ଘଟଣା ଘଟୁଛି । ୨୦୧୬ରେ ଫାସଟ୍ୟାଗ ବ୍ୟବହାର ପ୍ରଚଳନ ଆରମ୍ଭ ହୋଇଥିଲା। ଦେଶର ବିଭିନ୍ନ ରାଜପଥରେ ସୁବିଧାରେ ଗାଡିମଟର ଚଳାଚଳ ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.