Below header

ଏସିଆର ବଡ଼ ମହିଳା ମାର୍କେଟ : ଯେଉଁଠି କେବଳ ମହିଳାମାନେ ହିଁ ବିକ୍ରେତା, ପୁରୁଷଙ୍କୁ ବିକିବାକୁ ନାହିଁ ଅନୁମତି

ଇମ୍ଫାଲ୍‌ :  ମଣିପୁରକୁ ଭାରତର ମୁକୁଟ ବୋଲି କୁହାଯାଏ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହେରୁ ମନିପୁରକୁ ଭାରତର ମୁକୁଟ ବୋଲି କହିଥିଲେ । ତେବେ ଏହି ରାଜ୍ୟର ରାଜଧାନୀ ଇମ୍ଫାଲ୍‌ ରାଜ୍ୟର ସଂସ୍କୃତି ଓ ପରମ୍ପରା ପାଇଁ ଯେତିକି ପରିଚିତ ତା’ଠୁ ଅଧିକ ପରିଚିତ ଦେଶର ଏକମାତ୍ର ମହିଳା ମାର୍କେଟ ଯୋଗୁ । କେବଳ ଦେଶ ନୁହେଁ ସମଗ୍ର ଏସିଆ ମହାଦେଶର ସବୁଠୁ ବଡ଼ ମହିଳା ମାର୍କେଟ ବା ସେଠାକାର ଭାଷାରେ ଇମା କିଥେଲ୍‌ ବା ନୁପି କିଥେଲ୍‌ ବା ମଦରସ୍‌ ମାର୍କେଟ ।

ଏହି ବଜାର ଇମ୍ଫାଲର ଖ୍ଵାଇରାବନ୍ଦ ବଜାର ନାମରେ ପରିଚିତ । ଏହି ମାର୍କେଟର ସମସ୍ତ ଦୋକାନ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହୋଇଥାଏ । ଦୀର୍ଘ ୫୦୦ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ମାର୍କେଟ ପ୍ରାୟ ୧୫ ଶତାବ୍ଦୀରେ ଆରମ୍ଭ ହୋଇଥିବା କୁହାଯାଏ । ପୂର୍ବରୁ ଏହି ମାର୍କେଟ କେବଳ ଇନ୍‌ଫରମେସନ ଏକ୍ସଚେଞ୍ଜ ଓ ପ୍ରଶିକ୍ଷଣ କେନ୍ଦ୍ର ଭାବେ କାମ କରୁଥିଲା । ଏବେ ଏହି ମାର୍କେଟ ଏକ ଅନୁଷ୍ଠାନ ଭାବେ କାମ କରୁଛି । ମାର୍କେଟର ସମସ୍ତ ନିଷ୍ପତ୍ତି ମାର୍କେଟ ଚଳାଉଥିବା ମହିଳାମାନେ ନେଉଛନ୍ତି । ମହିଳାମାନେ ପରିବାର ଚଳାଇବା ପାଇଁ ଚାଷ ସହ ହାତ କାମ ଓ ବୁଣାବୁଣି ଆଦି ବ୍ୟବସାୟ କରିଥାନ୍ତି । ଏହି ମହିଳାମାନେ ମହିଳା ସଶକ୍ତକରଣର ଜଣେ ଜଣେ ଉଦାହରଣ । ଏହି ମାର୍କେଟ ୩.୫ କିଲୋମିଟର ଅଞ୍ଚଳ ଉପରେ ପ୍ରତିଷ୍ଠିତ । ଏହି ମାର୍କେଟ ୩ଟି ମୁଖ୍ୟ ବିଲ୍ଡିଂ (୪୭ ହଜାର, ୩୦ ହଜାର ଓ ୨୦ ହଜାର ବର୍ଗ ମିଟର) ରେ ବିଭାଜିତ ।

imphal
photo credit: Daily mail

ଏହି ମାର୍କେଟର କିଛି ନିୟମ ରହିଛି :

ଏହି ମାର୍କେଟରେ ପୁରୁଷଙ୍କୁ ବ୍ୟବସାୟ କରିବାକୁ ମନା । ଏହି ମାର୍କେଟ କେବଳ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ । ଯେଉଁଠି କେବଳ ମହିଳା ହିଁ ବ୍ୟବସାୟ କରିପାରିବେ । ହେଲେ ପୁରୁଷମାନେ କେବଳ ଏଠାକୁ କିଣିବାକୁ ଆସିପାରିବେ । ଆଉ ଏହି ମାର୍କେଟକୁ ଭାରି ଜିନିଷ ନେଇ ଶ୍ରମିକ ଭାବେ ପୁରୁଷ ଲୋକେ ପ୍ରବେଶ ପାରିବେ । ପୁରୁଷଙ୍କୁ ଏଠାରେ ଦୋକାନ କିଣିବାକୁ କଡ଼ାକଡ଼ି ଭାବେ ବାରଣ କରାଯାଇଛି ।

imphal
photo credit: Her Zindagi

ମହିଳାମାନେ ଏଠାରେ ଲୁଗା ପଟା ଠାରୁ ଆରମ୍ଭ କରି ଘର କରଣା, ମାଟି ଜନିଷ, ଖେଳଣା,ଠାକୁର ଜିନିଷ, ଫୁଲ୍‌, କସମେଟିକ ଓ ମିଠା ଆଦି ସବୁ ପ୍ରକାର ଦ୍ରବ୍ୟ ବିକ୍ରୟ କରିଥାନ୍ତି । ମାର୍କେଟର ସଦସ୍ୟମାନେ ନିଜର ସହଯୋଗୀ ଦୋକାନୀଙ୍କୁ ଉଠାଇବା ପାଇଁ ଋଣ ମଧ୍ୟ ଦେଇଥାନ୍ତି । ଜଣେ ଦୋକାନୀ ଦିନକୁ ୬ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ଯାଏ ବେପାର କରିଥାନ୍ତି ବୋଲି କୁହନ୍ତି । ଏହି ଐତିହାସିକ ମାର୍କେଟ ୨୦୧୬ ଜାନୁଆରୀ ୪ରେ ହୋଇଥିବା ଭୂକମ୍ପରେ ସଂପୁର୍ଣ୍ଣ ଭାବେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା । ଏବେ ପୁଣି ଥରେ ଏହାକୁ ଗଢ଼ାଯାଇଛି । ଏହି ମାର୍କେଟ ସାରା ଦୁନିଆର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର ବିନ୍ଦୁ ସାଜିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.