Below header

ଦୁନିଆର ସବୁଠୁ ମହଙ୍ଗା ମହୁ, ୧ କିଲୋ ମହୁ ପାଇଁ ଦେବାକୁ ପଡ଼େ ୮.୫ ଲକ୍ଷ ଟଙ୍କା

ଅଂକାରା :  ମହୁର ଦାମ୍‌ ଅତି ବେଶୀରେ ହଜାର ଟଙ୍କା ଭିତରେ ଶୁଣିଥିବେ । ହେଲେ ଏମିତି ମହୁ ଅଛି ଯାହର ଦାମ୍‌ ଶୁଣିଲେ ଆପଣ ଚକିତ ହୋଇଯିବେ । ମହୁର ଦାମ ହଜାର ନୁହେଁ କି ଲକ୍ଷେ ନୁହେଁ ଏକଦମ୍‌ ୮.୫ ଲକ୍ଷ ଟଙ୍କା । ଦୁନିଆର ଏହି ସବୁଠୁ ମହଙ୍ଗା ମହୁ ବିକୁଛି ତୁର୍କୀର ଏକ କମ୍ପାନୀ । ଏହି ମହୁ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି ।

ରିପୋର୍ଟ ଅନୁସାରେ, ଗୁମ୍ଫାରୁ ବାହାର କରୁଥିବା ଏହି ମହୁର ଦାମ୍‌ କିଲୋ ପିଛା ୮.୫ ଲକ୍ଷ ଟଙ୍କା । ସାଧାରଣ ମହୁ ଠାରୁ ଏହି ମହୁ ସମ୍ପୂର୍ଣ୍ଣ ଅଲଗା । କୁହାଯାଏ ଏହି ମହୁ ସମୁଦ୍ର ପତ୍ତନ ଠାରୁ ପ୍ରାୟ ୨୫୦୦ ମିଟର ଉଚ୍ଚରେ ଥିବା ଏକ ଗୁମ୍ଫାରୁ କଢ଼ା ଯାଇଥାଏ ଯେଉଁଠି ସାଧାରଣ ଲୋକ ପହଞ୍ଚିବା ସମ୍ଭବ ନୁହେଁ ।

honey
photo credit: female first

ଏକ ପ୍ରକାର ଖାସ୍‌ ଗଛର ରସରୁ ତିଆରି ହୋଇଥାଏ ଏହି ମହୁ :

ଗିନିଜ୍‌ ସୂତ୍ରାନୁଯାୟୀ, ଏହି ମହୁର ରଙ୍ଗ ଗାଢ଼ ହୋଇଥିବା ବେଳେ ସ୍ୱାଦରେ ଏହା ଖୁବ୍‌ କଡ଼ା । ଏହି ମହୁକୁ ସେଞ୍ଚୁରି ନାମକ ଏକ କମ୍ପାନୀ ବିକିଥାଏ । ଏହା ଦୁନିଆର ସବୁଠୁ ମହଙ୍ଗା ମହୁ । ଏହି ମହୁରେ ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ରହିଛି । ଏହାଛଡ଼ା ମହୁରେ ମାଗ୍ନେସିୟମ୍‌, ପୋଟାସିୟମ, ଫ୍ଲେବନାଏଡ୍ସ ଓ ଏଣ୍ଟି ଅକ୍ସିଡାଣ୍ଟ ର ବହୁଳ ମାତ୍ରାରେ ରହିଛି । ରିପୋର୍ଟ ମୁତାବକ, ମହୁ ମାଛି ୨୫୦୦ ମିଟର ଉଚ୍ଚ ଆଖ ପାଖରେ ଥିବା ଔଷଧୀୟ ଗଛ ରସରୁ ଏହି ମହୁ ତିଆରି କରିଥାନ୍ତି ।

ବର୍ଷରେ ଗୋଟିଏ ଥର ବାହାର କରାଯାଇଥାଏ ଏହି ମହୁ :

ସେଞ୍ଚୁରି ଦ୍ୱାରା ବିକ୍ରି ହେଉଥିବା ଏହି ମହୁ ବର୍ଷରେ ଥରୁଟିଏ ମାତ୍ର ବାହାର କରାଯାଇଥାଏ । ଏଠାରୁ ମହୁ ବାହାର କରିବା ପରେ ତୁର୍କୀ ସାଇଣ୍ଟିଫିକ୍‌ ଟିମ୍‌ ଏହାର କ୍ୱାଲିଟି ଯାଞ୍ଚ୍‌ କରିଥାନ୍ତି । ବିଭିନ୍ନ ଯାଞ୍ଚ୍‌ ପ୍ରକ୍ରିୟା ପରେ ଏହି ମହଙ୍ଗା ମହୁ ବଜାରକୁ ଯାଇଥାଏ । ଯାହାକୁ କେବଳ ଧନୀକ ଶ୍ରେଣୀର ଲୋକେ କିଣିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.