ସୁନା ମୂଲ୍ୟର ତାଜା ଅପଡେଟ, ଜାଣନ୍ତୁ ଆଜି କେତେ ଅଛି ସୁନା
ଆପଣଙ୍କ ପାଇଁ ଆଜି ଆମେ ନେଇ ଆସିଛୁ ସୁନା ମୂଲ୍ୟର ତାଜା ଅପଡେଟ। ତେଣୁ ଯଦି ଆପଣ ସୁନା କିଣିବାକୁ ଭାବୁଛନ୍ତି, ତେବେ ଏଇଠି ଦେଖିଦିଅନ୍ତୁ ଆଜି କେତେ ଅଛି ସୁନା ମୂଲ୍ୟ। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪,୨୮୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୫,୨୮୦ ଟଙ୍କା ଥିବା ଜଣାଯାଇଛି।
ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୫୦ ଟଙ୍କା ବୃଦ୍ଧି ପାଇ ୪୨,୨୫୦ ଟଙ୍କା ରହିଛି। ସେହିପରି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୬୦ ଟଙ୍କା ବୃଦ୍ଧି ପାଇ ୪୬,୦୯୦ ରହିଛି।
ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୪,୨୮୦ ଟଙ୍କା ଓ ୪୫,୨୮୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୪,୩୫୦ ଟଙ୍କା ଓ ୪୮,୩୮୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୨,୫୮୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୬,୪୫୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୪,୫୮୦ ଟଙ୍କା ଓ ୪୭,୨୮୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୬୦୦ ଟଙ୍କା କମି ୬୭,୦୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।