ଜନତାଙ୍କ ଉପରେ ପୁଣି ହୋଇପାରେ ମହଙ୍ଗା ମାଡ, ଏପ୍ରିଲରୁ ବଢ଼ିପାରେ ବିଜୁଳି ଦର
ପୁଣି ଜନତାଙ୍କ ଉପରେ ହୋଇପାରେ ମହଙ୍ଗା ମାଡ। ବଢ଼ିପାରେ ବିଦ୍ୟୁତ୍ ଦର । ଏପ୍ରିଲ ୧ରୁ ଗ୍ରାହକଙ୍କ ପାଇଁ ଲାଗୁ ହୋଇପାରେ ନୂଆ ଦର । ଉପଭୋକ୍ତାଙ୍କୁ ଦେବାକୁ ହେବ ଅଧିକ ବିଦ୍ୟୁତ୍ ଦର । ୟୁନିଟ ପିଛା ଦେଢ଼ ଟଙ୍କା ବୃଦ୍ଧି ହୋଇପାରେ । ୬ ମାସ ପୂର୍ବରୁ ୟୁନିଟ ପିଛା ବଢ଼ିଥିଲା ୨୦ ପଇସା ।
ଆଜି ଦରବୃଦ୍ଧି ନେଇ ନିଷ୍ପତ୍ତି ନେବ OERC । ଗ୍ରୀଡକୋର ଆର୍ଥିକ ସଙ୍କଟ ଦୂର କରିବା ପାଇଁ OERC ଏଭଳି ନିଷ୍ପତ୍ତି ନେଉଥିବା ସୂଚନା ମିଳିଛି । ସମସ୍ତ ପ୍ରକାର ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର ବୃଦ୍ଧି ହୋଇପାରେ ।
ବିପିଏଲ ପରିବାର ଓ ଚାଷୀଙ୍କ କ୍ଷେତ୍ରରେ ଦରବୃଦ୍ଧି ହୋଇନପାରେ । ତେବେ ବତ୍ତର୍ମାନ ୟୁନିଟ ପିଛା ୫ ଟଙ୍କା ୨୫ ରହିଛି । ବିଦ୍ୟୁତ ଦର ଦେଢ଼ ଟଙ୍କା ବୃଦ୍ଧି ହେଲେ ୟୁନିଟ ପିଛା ୬ଟଙ୍କା ୭୫ ପଇସା ଦେବାକୁ ହେବ ।