ହାଟରେ ପଢ଼ାଯାଉଛି ପାଠ: ପିଲାଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ନିଆରା ଉପାୟ

ମହାମାରୀ କରୋନା ଯୋଗୁଁ ସମ୍ପୂର୍ଣ୍ଣ ବିଶ୍ୱ ଏକ ପ୍ରକାର ଠପ୍ ହୋଇଯାଇଥିବା ବେଳେ ଏଥି ଯୋଗୁ ଅନେକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ। ଏଭଳି ସମୟରେ ସେମାନଙ୍କର ଗୁଣାତ୍ମକ ବିକାଶ ନିମନ୍ତେ କରାଯାଇଛି ଏକ ନୂଆ ଉଦ୍ୟମ “ଗଣିତ ହାଟ”।

ଲାଗିଛି ସାପ୍ତାହିକ ହାଟ। ଲୋକଙ୍କ ଗହଳି ଚହଳି। ତାରି ଭିତରେ ହାଟୁଆ ଙ୍କ ଭଳି ଡାକ ଶୁଭୁଛି ବାଇଗଣ ୩୦ କଲରା ୨୦ ଏଇଆଡ଼େ ଆସନ୍ତୁ । ଆନନ୍ଦପୁର ଉପଖଣ୍ଡ ମୁଗୁପୁର ଗାଁ ର ଏହି ସାପ୍ତାହିକ ହାଟରେ ଦୋକାନୀ ସାଜିଛନ୍ତି ସରକାରୀ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ। ଆସ୍ପେୟର ନାମକ ଏନ ଜି ଓ ସଂସ୍ଥା ପକ୍ଷରୁ ଲକଡାଉନ ସମୟରୁ ଏହି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦେବା ସହିତ ସେମାନଙ୍କର ଗୁଣାତ୍ମକ ବିକାଶ ନିମନ୍ତେ ଆରମ୍ଭ ହୋଇଛି ଏଭଳି ନିଆରା ପ୍ରୟାସ।

ganita

ପ୍ରତ୍ୟେକ ସପ୍ତାହର ନିର୍ଦ୍ଦିଷ୍ଟ ଦିନରେ ଗୋଟିଏ ସ୍ଥାନରେ ଲୋକମାନଙ୍କ ପାଇଁ ଲାଗେ ହାଟ ହେଲେ ଏଇ ହାଟ ସମ୍ପୂର୍ଣ୍ଣ ରୂପେ ନିଆରା ଥିବା ବେଳେ ଏହାର ନାଁ ଦିଆଯାଇଛି ଗଣିତ ହାଟ। ଛାତ୍ରଛାତ୍ରୀ ମାନେ ଓଜନ ମାପ ଠାରୁ ଆରମ୍ଭ କରି ଟଙ୍କା ପଇସା ର ହିସାବ ଜାଣିବା ନିମନ୍ତେ କରାଯାଇଛି ନିଆରା ପ୍ରୟାସ। ଗ୍ରାହକମାନେ ଛାତ୍ରଛାତ୍ରୀଙ୍କ ବ୍ଯବହାରରେ ଖୁସି ହେଉଥିବା ଦେଖିବାକୁ ମିଳିଛି। ତେବେ ଏହି ପ୍ରୟାସ ନିଶ୍ଚିତ ରୂପେ ସ୍ୱାଗତଯୋଗ୍ଯ ବୋଲି କହିଛନ୍ତି ଏଠାକୁ ଆସିଥିବା ଗ୍ରାହକ।

ganita2

ବର୍ତ୍ତମାନ ସମାଜ ର ସ୍ଥିତି ବଦଳି ଯାଇଥିବା ବେଳେ କେବଳ ବହି ଖାତାର ପାଠ ଛାଡି ଅନ୍ଯାନ୍ଯ ବିଷୟରେ ଶିକ୍ଷା ଲାଭ କଲେ ଭବିଷ୍ଯତରେ ବେକାରୀ ସମସ୍ଯା ନିଶ୍ଚିତ ଭାବରେ କମି ପାରିବ ବୋଲି ବୁଦ୍ଧିଜୀବି ମତବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.