କରୋନା କଟକଣା ମଧ୍ୟରେ ଉଦଯାପିତ ହୋଇଛି ଗଞ୍ଜାମର ପ୍ରସିଦ୍ଧ ଦଣ୍ଡଯାତ୍ରା

ଗଞ୍ଜାମ ଜିଲ୍ଲାର ସର୍ବପୁରାତନ ଲୋକସଙ୍ଗୀତ ତଥା ଲୋକନୃତ୍ୟ କହିଲେ ଦଣ୍ଡଯାତ୍ରାକୁ ବୁଝାଏ। ପଣସଂକ୍ରାନ୍ତିର ୨୧ଦିନ କିମ୍ବା ୧୮ ଦିନ କିମ୍ବା ୧୩ ଦିନ ପୂର୍ବରୁ ମାନସିକଧାରୀ ଦଣ୍ଡୁଆମାନେ ନିଜ ଅଞ୍ଚଳରେ ଥିବା କାଳୀ ମନ୍ଦିରକୁ ଯାଇଥାନ୍ତି । ଏହି ପବିତ୍ର ଦିନରେ କାଳୀ ଓ ଶିବଙ୍କୁ ଏକତ୍ର ପୂଜା କରାଯାଇ ମାନସିକ ରଖାଯାଏ। ନିୟମ ଅନୁଯାୟୀ ଟାଣୁଆ ଖରାରେ ଦଣ୍ଡୁଆ ମାନେ ଧୂଳିଦଣ୍ଡ ସହ ପାଣିଦଣ୍ଡ ଓ ପରେ ଅଗ୍ନିଦଣ୍ଡ ଖେଳିଥାନ୍ତି। ତେବେ ଚଳିତ ବର୍ଷ କୋଭିଡର ଭୟାବହତାକୁ ଦୃଷ୍ଟିରେ ରଖି ଦଣ୍ଡଯାତ୍ରାକୁ ଅନୁମତି ମିଳିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ମଧ୍ୟ ଜାରି କରାଯାଇଛି।

ପବିତ୍ର ମେରୁୁସଂକ୍ରାନ୍ତି ଅବସରରେ ଦଣ୍ଡୁଆମାନେ ମେରୁ ଭାଙ୍ଗି ଯାତ୍ରା ଉଦଯାପିତ କରିଥାନ୍ତି। ଦଣ୍ଡୁଆମାନେ ପ୍ରଥମେ ବିିଭିନ୍ନ ଅଞ୍ଚଳ ବୁଲି ଶେଷରେ ନିଜ ଅଞ୍ଚଳକୁ ଫେରିଥାନ୍ତି। ପରେ ପରମ୍ପରା ପ୍ରକାରେ ମେରୁ ଭାଙ୍ଗିଥାନ୍ତି।କୋଭିଡକୁ ଦୃଷ୍ଟିରେ ରଖି ୧୪ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ମନ୍ଦିର ପ୍ରବେଶକୁ ମନା କରିବା ସହ ସର୍ବସାଧାରଣରେ ଧାର୍ମିକ କାର୍ଯ୍ୟକ୍ରମ କରିବା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି।

ganjam44

ଆଜି ମନ୍ଦିର ପରିସରରେ ପୂଜକ ନିଜର ନିତୀକାନ୍ତି ସମ୍ପନ୍ନ କରିଥିବାବେଳେ ଦଣ୍ଡୁଆ ମାନେ ମଧ୍ୟରାତ୍ରରୁ ମେରୁ ଯାତ୍ରା ପ୍ରକ୍ରିୟାକୁ ସମ୍ପନ୍ନ କରିଛନ୍ତି। ବ୍ରହ୍ମପୁରରେ ନୂତନ ବସଷ୍ଟାଣ୍ଡ ନିକଟରେ ଥିବା କାଳୀ ମନ୍ଦିରରେ ଗତକାଲି ଦଣ୍ଡୁଆମାନେ ବିଳମ୍ବିତ ରାତିରେ ମେରୁଯାତ୍ରାର ସମସ୍ତ ପ୍ରକି୍ରୟା ସମାପ୍ତ କରିଥିଲେ। ପରମ୍ପରା ଅନୁଯାୟୀ ଏଠାରେ ନିର୍ଦ୍ଦିଷ୍ଟ ଦଣ୍ଡୁଆଙ୍କୁ ସ୍ନାନ କରାଇ ନୂତନ ବସ୍ତ୍ର ପିନ୍ଧାଇବା ପରେ ତାଙ୍କ ଶରୀରରେ ବିଭିନ୍ନ ଫଳ ଓ ପତ୍ରର ବଟାକୁ ଲେପନ କରାଯାଇଥାଏ। ଏହାପରେ ତାଙ୍କୁ ହୋମକୁଣ୍ଡରେ ଓଲଟା ଝୁଲାଇ ପୂଜାର୍ଚ୍ଚନା କରାଯାଇଥାଏ। ବିଶ୍ୱାସ ରହିଛି ଯେ, ଯଜ୍ଞ କୁଣ୍ଡରେ ଉକ୍ତ ଦଣ୍ଡୁଆଙ୍କ ନାକରୁ ରକ୍ତ ପଡିବା ପରେ ମେରୁ ଯାତ୍ରା ସମ୍ପନ୍ନ ହୋଇଥାଏ।

Leave A Reply

Your email address will not be published.