ମୟୁରଭଞ୍ଜ ଦଲକି ଛକରେ ଲୁଟ୍ ପାଇଁ ବାପା ଓ ପୁଅଙ୍କୁ ଭୁଜାଲିରେ ଆକ୍ରମଣ

ମୟୁରଭଞ୍ଜ: ଲୁଟ୍ ପାଇଁ ଭୁଜାଲିରେ ଆକ୍ରମଣ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ ଦଲକି ଛକ ନିକଟରେ। ସୂଚନା ଅନୁଯାୟୀ ରାଇରଙ୍ଗପୁର ସହରର ରମେଶ ଶର୍ମା ଓ ତାଙ୍କ ପୁଅ କିଶାନ ଶର୍ମା ଜଶିପୁର ଧୋବାଡ଼ିହା ଠାରେ ଥିବା ତେଜରାତି ଦୋକାନ ବନ୍ଦ କରି ରାତିରେ ବାଇକ ଯୋଗେ ଘରକୁ ଫେରୁଥିଲେ । ଫେରୁଥିବା ବେଳେ ୨୨୦ ନମ୍ବର ଜାତୀୟ ରାଜପଥରେ ଦୁଇ ଜଣ ଦୁର୍ବୁତ୍ତ ସେମାନଙ୍କୁ ଫିଛା କରିଆସୁଥିଲେ ।

ହଠାତ ଦଲକି ଛକରେ ସେମାନଙ୍କୁ ଭୁଜାଲିରେ ଆକ୍ରମଣ କରିବା ଆରମ୍ଭ କଲେ। ରମେଶ ଶର୍ମା ଉପସ୍ଥିତ ବୁଦ୍ଧି ଖଟାଇ ଗାଡି ନ ଅଟକାଇ ଦ୍ରୁତ ଗତିରେ ପଳାଇଥିଲେ। ରମେଶ ବାଇକ ଚଳାଉଥିବା ବେଳେ ତାଙ୍କ ପୁଅ କିଶାନ ଶର୍ମା ବାଇକର ପଛପଟେ ବସିଥିଲେ। କିଷାନ ଭୁଜାଲି ମାଡ଼ରେ ରକ୍ତାକ୍ତ ହୋଇଥିଲେ । ରମେଶ ପୁଅକୁ ନେଇ ସିଧା ହାଟବାଦଡା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଇ ଘରକୁ ଫେରିଥିବା ଜଣାପଡିଛି । ତେବେ ଉକ୍ତ ଦୁଇ ଦୁର୍ବୁତ୍ତ ଲୁଟ କରିବା ନେଇ ସେମାନଙ୍କୁ ଭୁଜାଲିରେ ଆକ୍ରମଣ କରିଥିବାବେଳେ ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.