ବଣି ଚଢେଇ ଛୁଆକୁ ଧରିଥିଲା କାଉ, ଆଉ ନିଜ ଛୁଆ ଜୀବନ ବଞ୍ଚାଇବା ପାଇଁ ମା’ କିଛି ବି କରିପାରେ: ଦେଖନ୍ତୁ ଭିଡିଓ
ସେ ପରା ମା’। ନିଜ ଛୁଆ ଜୀବନକୁ କେମିତି ବାଜି ଲଗେଇଥାନ୍ତା। ତେଣୁ ନିଜ ଜୀବନକୁ ବାଜି ଲଗାଇ ଛୁଆକୁ ବଞ୍ଚାଇବା ତା’ର ପ୍ରଥମ କର୍ତ୍ତବ୍ଯ ବୋଲି ସେ କିଛି ବିଚାର ନ କରି ଲଢିଗଲା। ନିଜଠାରୁ ବଳବାନ ସହିତ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇପଡିଲା। ଜୀବନ ବଞ୍ଚାଇବା ପାଇଁ ଯେକୌଣସି ବ୍ଯକ୍ତି ନିଜର ସଂପୂର୍ଣ୍ଣ ବୁଦ୍ଧି ଏବଂ ବଳର ଉପଯୋଗ କରିଥାଏ। ଆଉ ଯେତେବେଳେ ଏହି ବିପଦ ନିଜ ପିଲା ଉପରେ ପଡିଥାଏ, ସେତେବେଳେ କିଛି ବୁଦ୍ଧିବାଟ ଦିଶେନାହିଁ। କୌଣସି ଉପାୟ ବାହାର କରି ନିଜ ଛୁଆକୁ ବଞ୍ଚାଇଥାଏ। କେବଳ ମଣିଷ ନୁହେଁ ବରଂ ପଶୁପକ୍ଷୀ ମଧ୍ୟ ନିଜ ପିଲାଙ୍କୁ ବଞ୍ଚାଇବା ପାଇଁ ଏମିତି ବୁଦ୍ଧି ପ୍ରୟୋଗ କରନ୍ତି। ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରଲ ହେଉଛି। ଯେଉଁଥିରେ ମଣିଷ କିମ୍ବା ପଶୁ ନୁହେଁ ବରଂ ଦୁଇ ଏକା ପ୍ରକାର ପ୍ରଜାତି ଲଢୁଥିବା ଦେଖିବାକୁ ମିଳିଛି।
ଭାଇରଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି, ଚତୁର କାଉ ବଣି ଚଢେଇର ଛୁଆକୁ ନିଜ ପଞ୍ଝାରେ ଜାବୁଡି ଧରିଛି। ନିଜର ଜୀବନ ବଞ୍ଚାଇବା ପାଇଁ ଚଢେଇ ଛୁଆଟି ଚିତ୍କାର କରନ୍ତୁ। ଏହି ଚିତ୍କାର ଶିଣୁବା ପରେ ଚଢେଇ ଛୁଆର ମା’ର ଆସି ନିଜ ଛୁଆକୁ ବଞ୍ଚାଇବା ପାଇଁ କାଉ ସହିତ ଲଢିବା ଆରମ୍ଭ କରିଦେଇଛି। ବଣି ଚଢେଇଟି ସେପର୍ଯ୍ଯନ୍ତ ଲଢିଥିଲା, ଯେପର୍ଯ୍ଯନ୍ତ କାଉ ଚଢେଇ ଛୁଆ ଛାଡିନଦେଇଛି।
View this post on Instagram
ବଣି ଚଢେଇ ନିଜ ଛୁଆକୁ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ଯମ ମଧ୍ୟ କରିଛି। ଶେଷରେ କାଉ ହାରିଯାଇ ଚଢେଇ ଛୁଆକୁ ଛାଡିଛି। ଭିଡିଓକୁ ଦେଖି ସମସ୍ତେ ଆଶ୍ଚର୍ଯ୍ଯ ହୋଇଯାଇଛନ୍ତି। ଭାଇରଲ ହେଉଥିବା ଏହି ଭିଡିଓକୁ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ଯ ହୋଇଯିବେ। ନିଜ ପିଲାଙ୍କୁ ବଞ୍ଚାଇବା ପାଇଁ ଚଢେଇଟି କି ପ୍ରକାର କଷ୍ଟ କରିଛି। ଏହି ଭିଡିଓକୁ ଦେଖି ଲୋକେ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି।