କରୋନାର ଦ୍ୱିତୀୟ ଲହର ପୂରା ଦେଶକୁ କାବକୁ କରିନେଇଛି। ଗତ ୨୪ ଘଣ୍ଟାରେ ଦେଶରେ କରୋନା ଭାଇରସ ମାମଲା ୨ ଲକ୍ଷ ୫୭ ହଜାରରୁ ଅଧତକ ସାମ୍ନାକୁ ଆସିଛି। ଏବଂ ୪୧୯୪ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ତେବେ ଏହାରି ଭିତରେ ଏକ ଖବର ସାମ୍ନାକୁ ଆସିଛି। ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ବ୍ଲାକ ଫଙ୍ଗସ ସବୁଠାରୁ ଅଧିକ ପୁରୁଷ ଏବଂ ମଧୁମେହ ରୋଗୀଙ୍କ ଠାରେ ଦେଖିବାକୁ ମିଳୁଛି। ଉତ୍ତରାଖଣ୍ଡରେ ଦ୍ୱିତୀୟ ଲହର ବେଳେ ସବୁଠାରୁ ଅଧିକ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଏମ୍ସର ଡାକ୍ତର ଜଣାଇଛନ୍ତି ଯେ ବାୟୁ ବା ପବନ ଜରିଆରେ ମଧ୍ୟ ବ୍ଲାକ ଫଙ୍ଗସ ବ୍ୟାପିପାରେ।
ବ୍ଲାକ ଫଙ୍ଗସକୁ ନେଇ ଏକ୍ସ ଡାକ୍ତର ଏକ ବଡୁତ ବଡ ଖୁଲାସା କରିଛନ୍ତି। ଏମ୍ସ ଡାକ୍ତର ଏବଂ ପ୍ରୋଫେସର ଡା. ନିଖିଲ ଟଣ୍ଡନ କହିଛନ୍ତି ଯେ ବ୍ଲାକ ଫଙ୍ଗସ ବାୟୁ ଦ୍ୱାରା ମଧ୍ୟ ବ୍ୟାପିପାରେ। କିନ୍ତୁ ଭୟ କରିବାର କୌଣସି କଥା ନାହିଁ। ଯେତେ ପର୍ଯ୍ୟନ୍ତ ଆପଣଙ୍କ ଶରୀର ଏହା ବିରୁଦ୍ଧରେ ଲଢ଼ିପାରିବ ସେତେ ପର୍ଯ୍ୟନ୍ତ ଡରିବାର ଆବଶ୍ୟକ ନାହିଁ।
ଏଥିସହିତ ସେ ଆଗକୁ ମଧ୍ୟ କହିଛନ୍ତି ଯେ ମ୍ୟୁକର ବା ବ୍ଲାକ ଫଙ୍ଗସ ଫୁସଫୁସ ପର୍ଯ୍ୟନ୍ତ ମଧ୍ୟ ବ୍ୟାପିପାରେ କିନ୍ତୁ ଏଭଳି ହେବାର ସମ୍ଭାବନା ବହୁତ କମ୍ ରହିଛି।