ଲକଡାଉନ୍ ଯୋଗୁ ସହାରନପୁରରୁ ନଜର ଆସିଲା ହିମାଳୟ, ଦେଖନ୍ତୁ ଆଖି ଲାଖିଯିବା ଭଳି ଦୃଶ୍ୟ

କରୋନାର ଦ୍ଵିତୀୟ ଲହରୀ ଯୋଗୁ ଏବେ ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ ଲାଗୁ ହୋଇଛି। ଏଭଳି ସ୍ଥିତିରେ ଦେଶରେ ପ୍ରଦୂଷଣର ସ୍ତର କମ୍ ହୋଇଛି। ବାୟୁମଣ୍ଡଳରେ ପ୍ରଦୂଷଣ କମ ହେବା ଯୋଗୁ କେତେକ ସ୍ଥାନରେ ପାହାଡ଼ ଦେଖିବାକୁ ମିଳୁଛି, ଯାହା ପୂର୍ବରୁ ଦୃଶ୍ୟମାନ ହେଉନଥିଲା।

ତେବେ ଏଭଳି ପ୍ରଥମ ଥର ହୋଇନାହିଁ। ଗତ ବର୍ଷ ମଧ୍ୟ ଜାଲଧନର ଧୌଲାଧାର ରେଞ୍ଜରୁ ହିମାଳୟର ଅପୂର୍ବ ସୌନ୍ଦର୍ଯ୍ୟ ଦେଖିବାକୁ ମିଳିଥିଲା। ଏଥରକ ମଧ୍ୟ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ସହାରନପୁରରୁ ହିମାଳୟର ପାହାଡ଼ ସ୍ପଷ୍ଟ ନଜର ଆସୁଛି।

ଏହି ଫଟୋକୁ ଭାରତୀୟ ବନ ସେବା ଅଧିକାରୀ ରମେଶ ପାଣ୍ଡେ ନିଜ ଟ୍ୱିଟରରେ ସେୟାର କରିଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଲୋକମାନେ ଏହି ଫଟୋରେ ଅନେକ କମେଣ୍ଟ ମଧ୍ୟ କରୁଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.