କରୋନାରୁ ବର୍ତ୍ତିବା ପାଇଁ ବ୍ୟକ୍ତି କଲେ ଦେଶୀ ଯୁଗାଡ଼, ବାମ୍ଫ ନେବାକୁ ପ୍ରେସର କୁକରରେ ଲଗାଇଦେଲେ ପାଇପ୍; ଦେଖନ୍ତୁ ଭିଡିଓ

ଦେଶରେ କରୋନାର ଦ୍ଵିତୀୟ ଲହରୀ ଆତଙ୍କ ସୃଷ୍ଟି କରିଛି। ପ୍ରତି ଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ଏଭଳି ସ୍ଥିତିରେ କରୋନାରୁ ବର୍ତ୍ତିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି। ଜୀବନ ବଞ୍ଚାଇବାକୁ ଯିଏ ଯାହା ପାରୁଛି କରୁଛି। ଏବେ ସୋସିଆଲ ମିଡିଆରେ ସେଭଳି ଏକ ଭିଡିଓ ଖୁବ ଭାଇରାଲ ହେଉଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି କରୋନା ସଂକ୍ରମଣରୁ ମୁକ୍ତି ପାଇବାକୁ ବାମ୍ଫ ନେଉଛନ୍ତି। କିନ୍ତୁ ବ୍ୟକ୍ତି ଜଣକ ସାଧାରଣ ଭାବେ ବାମ୍ଫ ନେଉନାହାନ୍ତି। ସେ ପ୍ରେସର କୁକରରେ ଏକ ପାଇପ ଲଗାଇ ସେଥିରେ ବାମ୍ଫ ନେଉଛନ୍ତି। ବ୍ୟକ୍ତି ଜଣକ ଯେଉଁ ଭଳି ମଜା ନେଇ ନେଇ ବାମ୍ଫ ନେଉଛନ୍ତି, ଲୋକମାନେ ତାହାକୁ ଖୁବ ପସନ୍ଦ କରୁଛନ୍ତି।

ଏହି ଯୁଗାଡ଼ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଲୋକମାନେ ଭିଡିଓ ଦେଖି କହୁଛନ୍ତି ଭାରତୀୟଙ୍କ ପାଖରେ ସବୁ ସମସ୍ୟାର ସହଜ ସମାଧାନ ରହିଛି। ଟ୍ୱିଟରରେ ଏହି ଭିଡିଓକୁ ଅଖିଳେଶ ବ୍ୟାସ ଆକାଉଣ୍ଟରୁ ସେୟାର କରାଯାଇଛି, ଯାହା ଖୁବ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.