ରାଇରଙ୍ଗପୁର(କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି,ଯାହାକି ଚିନ୍ତାର କାରଣ ପାଲଟିଛି। ତେବେ ଏହି କୋରୋନା ମହାମାରୀ ଯୋଗୁଁ ଅନେକ ଲୋକ ଅକାଳରେ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳୁଛି। ରାଇରଙ୍ଗପୁର ସହରରେ ମଧ୍ୟ ଏପରି ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି।
ରାଇରଙ୍ଗପୁର ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ କାର୍ଯ୍ୟରତ ସିନିଅର ଏମଭିଆଇ କନ୍ଦା ନାଏକ (୪୦) କୋରୋନା ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ତେବେ ସେ ଭୁବନେଶ୍ୱର ସ୍ଥିତ ଘରୋଇ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ଗତକାଲି ମୃତ୍ୟୁବରଣ କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ତାଙ୍କ ପୈତୃକ ଗ୍ରାମ ବିଜାତଳା ବ୍ଲକର ପୋଖରିଆ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ କନ୍ଦା ନାଏକ ଜଣେ ପରୋପକାରୀ , ମେଳାପୀ ଓ ମିଷ୍ଟଭାଷୀ ବ୍ୟକ୍ତି ଥିଲେ।