Below header

ଅଲିମ୍ପିକ୍ ବିଜେତା ରେସଲର ସୁଶୀଲ କୁମାର ଗିରଫ

ନୂଆଦିଲ୍ଲୀ: ଅଲିମ୍ପିକ୍ ବିଜେତା ରେସଲର ସୁଶୀଲ କୁମାର ଗିରଫ । ରେସଲର ସାଗର ଧନଖର ହତ୍ୟା ମାମଲାରେ ନିଖୋଜ ଥିବା ମୁଖ୍ୟ ଅଭିଯୁକ୍ତ ସୁଶୀଲ କୁମାରଙ୍କ ହାତରେ ଶେଷରେ ହାତକଡ଼ି ପଡ଼ିିଛି। ପଞ୍ଜାବରେ ରେସଲର ସୁଶୀଲ କୁମାର ଏବଂ ତାଙ୍କର ସାଥୀ ଅଜୟ ଲୁଚିକି ରହିଥିବା ନେଇ ଖବର ପାଇବା ପରେ ଦିଲ୍ଲୀ ପୋଲିସ୍ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏବେ ଉଭୟଙ୍କୁ ପଞ୍ଜାବରୁ ଦିଲ୍ଲୀ ଆଣିବାକୁ ପ୍ରସ୍ତୁତ ଚଳାଇଛି ପୋଲିସ୍ ।

ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଅନ୍ତର୍ଜାତୀୟ ରେସଲର ହତ୍ୟା ମାମଲାରେ ସୁଶୀଲ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ଗତ କିଛି ଦିନ ହେବ ସେ ନିଖୋଜ ଥିଲେ। ଏମିିତିକି ତାଙ୍କ ବାବଦରେ ସୂଚନା ଦେଲେ ପୋଲିସ ପୁରସ୍କାର ରାଶି ବାବଦକୁ ଲକ୍ଷେ ଟଙ୍କାର ଅର୍ଥ ରାଶି ଘୋଷଣା କରିଥିଲା। ସୂଚନା ଥାଉକି, ଗତ ମଙ୍ଗଳବାର ଦିଲ୍ଲୀର ରୋହଣୀ କୋର୍ଟରେ ସୁଶୀଲ ଆଗୁଆ ଜାମିନ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଏହି ଜାମିନ ଆବେଦନକୁ ଖାରଜ କରିଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.