କରୋନା କାଳରେ ନୂତନ ଆବିଷ୍କାର! ବିଟେକ ଛାତ୍ର ତିଆରି କଲେ ମାଇକ୍-ସ୍ପୀକର ଥିବା ନିଆରା ମାସ୍କ
ଅନେକ ସମୟରେ ନିଜର ନିଆରା ଆବିଷ୍କାର ଯୋଗୁ ଲୋକେ ପ୍ରସିଦ୍ଧ ହୋଇଯାଆନ୍ତି। କେରଳର ଥ୍ରୀସୁର ଜିଲ୍ଲାରେ ବିଟେକ ପ୍ରଥମ ବର୍ଷର ଜଣେ ଛାତ୍ର ଏକ ଅଜବ ପ୍ରକାରର ମାସ୍କ ପ୍ରସ୍ତୁତ କରିଛନ୍ତି। କେଭିନ ଜ୍ୟାକବ ନାମକ ଏହି ଛାତ୍ର ନିଆରା ତରିକା ଆପଣାଇ ଏହି ମାସ୍କ ତିଆରି କରିଛନ୍ତି, ଯେଉଁଥିରେ ଲୋକଙ୍କୁ ନା ନିଶ୍ୱାସ ନେବାରେ କଷ୍ଟ ହେବ ନା କହିବାରେ କିଛି ସମସ୍ୟା ଉପୁଜିବ।
ଜ୍ୟାକବ ତିଆରି କରିଥିବା ଏହି ମାସ୍କରେ ରହିଛି ଏକ ମାଇକ୍ ଓ ସ୍ପୀକର, ଯଦ୍ଦ୍ୱାରା କି, ଏହି ମହାମାରୀ ସମୟରେ ଲୋକେ ମାସ୍କ ପିନ୍ଧି ଅତି ସହଜରେ କଥା ହୋଇପାରିବେ ଏବଂ ଆପଣଙ୍କ କଥା ଅନ୍ୟ ପାଖରେ ସହଜରେ ପହଞ୍ଚି ପାରିବ।
ଏ ନେଇ ଜ୍ୟାକବ ଗଣମାଧ୍ୟମକୁ କହିଛନ୍ତି, ‘ମୋ ବାପା, ମାଆ ଉଭୟ ଡାକ୍ତର। ସେମାନେ କୋଭିଡ ଆରମ୍ଭରୁ ରୋଗୀମାନଙ୍କ ସଂସ୍ପର୍ଶରେ ଆସୁଛନ୍ତି। ସେମାନଙ୍କ ସହ କଥା ହେଉଛନ୍ତି। ଏହି ଘଟଣା ଦେଖି ମୋ ମନକୁ ଏକ ଆଇଡିଆ ଆସିଥିଲା ଏବଂ ମୁଁ ଏହି ମାସ୍କ ବନାଇବାରେ ଲାଗି ପଡ଼ିଥିଲି’।
ସେ ଆହୁରି କହିଥିଲେ ଯେ ‘ମୁଁ ୫୦ରୁ ଅଧିକ ଏମିତି ଉପକରଣ ପ୍ରସ୍ତୁତ କରିଛି, ଯାହାର ଉପଯୋଗ ପୂରା ଦକ୍ଷିଣ ଭାରତରେ ଡାକ୍ତରମାନେ କରୁଛନ୍ତି’।
Kerala | Kevin Jacob, a first year B Tech student from Thrissur, has designed a mask with a mic & speaker attached to ease communication amid pandemic
“My parents are doctors & they’ve been struggling to communicate with their patients since the onset of COVID,” he said (23.05) pic.twitter.com/pnvkhzZETt
— ANI (@ANI) May 23, 2021