Below header

ମଦୁଆ ଟ୍ରକ୍‌ ଡ୍ରାଇଭରକୁ ଧରିଲେ ଗାଁ ଲୋକେ, ଘଟାଇଥାନ୍ତା ଦୁର୍ଘଟଣା

ରେଢ଼ାଖୋଲ (କେ ନ୍ୟୁଜ୍) : ମଦୁଆ ଟ୍ରକ୍ ଡ୍ରାଇଭରକୁ ଅଟକାଇଲେ ଗାଁ ଲୋକେ । ନଚେତ ଅଳ୍ପକେ ଦୁର୍ଘଟଣା ଘଟାଇଥାନ୍ତା । ତାକୁ ଧରି ପୋଲିସ୍ର ଜିମା ଦେଇଛନ୍ତି । ଏମିତି ଏକ ଘଟଣା ଘଟିଛି ସମ୍ବଲପୁର ରେଢ଼ାଖୋଲ ଠାରେ ।

ଗତକାଲି ରାତି ପ୍ରାୟ ୮ଟା ବେଳେ ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥରେ ଏହି ଘଟଣା ଘଟିଥିଲା । ଟ୍ରକଟି ବୌଦ୍ଧ ପଟୁ ରେଢ଼ାଖୋଲ ଆଡକୁ ଆସୁଥିଲା । କଦଳୀଗଡ଼ ନିକଟସ୍ଥ ବିଶିପାଲି ଛକଠାରେ ଜଣେ ଟ୍ରକ ଚାଳକ ପ୍ରଚୁର ମଦ ପିଇ ବେପରୁଆ ଭାବେ ଗାଡ଼ି ଚଳାଉଥିଲା। ରାସ୍ତା ଉପରେ ବିପଜ୍ଜନକ ଭାବେ ଗାଡ଼ି ଚାଳନା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସ୍ଥିତି ଏଭଳି ଥିଲା କି ଯେକୌଣସି ମୁହୂର୍ତ୍ତରେ ଦୁର୍ଘଟଣା ଘଟିଥାନ୍ତା ।

ସ୍ଥାନୀୟ ଲୋକେ ଗାଡିକୁ ଅଟକାଇ ମଦ୍ୟପ ଚାଳକଙ୍କୁ ପୁଲିସ ଜିମା ଦେଇଥିଲେ।
ରେଢ଼ାଖୋଲ ପୋଲିସ ଟ୍ରକ୍‌କୁ ଜବତ କରି ଡ୍ରାଇଭରକୁ ଥାନାକୁ ନେଇ ଯାଇଥିଲା । ଚାଳକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳର କାହ୍ନୁଚରଣ ବିଶୋଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.