Below header

ବିବାହ ବାର୍ଷିକୀରେ ପତ୍ନୀଙ୍କୁ ଦେଲେ ୧ କିଲୋ ଓଜନର ସୁନା ହାର, ତଦନ୍ତ ଜାରି

ମହାରାଷ୍ଟ୍ର : ବିବାହ ବାର୍ଷିକୀ ଉତ୍ସବରେ ସବୁ ପତ୍ନୀଙ୍କୁ ପତିମାନେ ଉପହାର ଦେଇଥାନ୍ତି । ଏମିତି ଜଣେ ପତି ନିଜର ପତ୍ନୀଙ୍କୁ ବିବାହ ବାର୍ଷିକୀରେ ୧ କିଲୋର ସୁନା ହାର ଦେଇ ଚର୍ଚ୍ଚାରେ ରହିଛନ୍ତି । ପତ୍ନୀଙ୍କ ସୁନା ହାର ପିନ୍ଧା ଫଟୋ ସୋସିଆଲ୍‌ ମିଡିଆରେ ଛାଡିବା ପରେ ଏହାକୁ ନେଇ ଚାଲିଛି ଚର୍ଚ୍ଚା ।

ଆଜିକାଲି ସୁନାର ଦାମ୍‌ ଯେଭଳି ମହରଗ ହୋଇଛି ୧୦ ଗ୍ରାମର ସୁନା କିଣିବା କଷ୍ଟକର ତେବେ ଜଣେ ପତ୍ନୀଙ୍କୁ ୧ କିଲୋର ସୁନା ହାର ଦେବା ପରେ ଏବେ ଏହା ତଦନ୍ତ ପରିସରକୁ ଯାଇଛି । ପୋଲିସ ଘରେ ପହଞ୍ଚି ତାଙ୍କୁ ସତର୍କ କରାଇବା ସହ ଏମିତି ପୋଷ୍ଟ ନ କରିବାକୁ ପରାମର୍ଶ ଦେଇଥିଲା ।
ଘଟଣାଟି ହେଉଛି କନ୍‌ଗାଁ ଭିଓ୍ଵାଣ୍ଡିର ।

ଏଠାକାର ବାଲା କୋଲି ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନିଙ୍କୁ ବିବାହ ବାର୍ଷିକୀ ଉତ୍ସବରେ ଦେଇଥିଲେ ୧ କିଲୋର ଏକ ସୁନା ହାର । ଏହି ଫଟୋ ସେ ସୋସିଆଲ୍‌ ମିଡିଆରେ ମଧ୍ୟ ପୋଷ୍ଟ କରିଥିଲେ । ହେଲେ ପୋଲିସ ତଦନ୍ତ କରିବା ବେଳେ ସେ ପତ୍ନୀଙ୍କୁ ଦେଇଥିବା ସୁନା ହାର ନକଲି ବୋଲି କହିଥିଲେ । ଏଭଳି ପୋଷ୍ଟ ପାଇଁ ପୋଲିସ ତାଙ୍କୁ ସତର୍କ କରାଇଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.