ପଣ୍ଡିତ ହୋଇଗଲେ ଗାଏବ, ତ ବେଦୀ ଉପରେ ବସି ବର କନ୍ୟା କରିବାକୁ ଲାଗିଲେ ମସ୍ତି, Video ଭାଇରଲ

ଆଜିକାଲି ବିବାହ ସମୟରେ ଅନେକ ଜାଗାରେ ଏମିତି ଦେଖାଯାଉଛି କି, ବର କନ୍ୟା ନିଜ ନିଜ ଷ୍ଟାଇଲରେ କିଛି ବି ମସ୍ତି କରିବାରେ ଲାଗି ଯାଉଛନ୍ତି। ଆଉ ଏବେ ଠିକ ଏମିତି ହିଁ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଜଣାପଡିଛି କି, ପଣ୍ଡିତ କୌଣସି କାରଣରୁ ନିଜ ସ୍ଥାନ ଛାଡ଼ି କୋଉଁଆଡ଼େ ଯାଇଛନ୍ତି, ଏହାରି ଭିତରେ ଏପଟେ ବର, କନ୍ୟା ବେଦୀ ଉପରେ ମସ୍ତି କରିବାରେ ଲାଗିପଡିଛନ୍ତି।

ଏହି ଭାଇରଲ ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ ବେଦୀରେ ପଣ୍ଡିତ ନ ଥିବା ବେଳେ ବର କନ୍ୟା ବୋତଲ ବୁଲାଇ ତାହାକୁ ଉଠାଇବାକୁ ଚେଷ୍ଟା କରୁଛନ୍ତି। ପ୍ରଥମେ ବର ବୋତଲକୁ ନଚାଇ ବୁଲାଉଛି। ଏହାପରେ କନ୍ୟା ମଧ୍ୟ ଏମିତି କରିବାରେ ଲାଗି ଯାଉଛି।

ଦୁଇଜଣଙ୍କର ମସ୍ତିଭରା ଅନ୍ଦାଜର ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଖୁବ ପସନ୍ଦ କରାଯାଇଛି। ଭିଡ଼ିଓକୁ ଏ ପର୍ଯ୍ୟନ୍ତ ୬୫ ହଜାରରୁ ଅଧିକ ଥର ଦେଖାଯାଇ ସାରିଲାଣି। ଭିଡ଼ିଓ ଉପରେ ଜଣେ ୟୁଜର ମଜାଦାର କମେଣ୍ଟ କରି ଲେଖିଛନ୍ତି କି, ‘ମୁଁ ତ ଚିଡ଼ିଆ ଉଡ ଖେଳିବି’।

 

View this post on Instagram

 

A post shared by Naughty Society (@_naughtysociety)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.