Below header

କୋଭିଡ୍‌ ମୁକାବିଲା ପାଇଁ ଆଜିଠୁ ରାଜ୍ୟରେ ଡୋର୍‌ ଟୁ ଡୋର୍‌ ସର୍ଭେ ଆରମ୍ଭ, ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି ଆଶାକର୍ମୀ ଓ ଏଏନଏମ୍‌

କେନ୍ୟୁଜ୍(ବ୍ୟୁରୋ): କୋଭିଡ୍‌ ମୁକାବିଲା ପାଇଁ ଆଜିଠୁ ରାଜ୍ୟରେ ଡୋର୍‌ ଟୁ ଡୋର୍‌ ସର୍ଭେ ଆରମ୍ଭ ହୋଇଛି । ଘରକୁ ଘର ଯାଇ ଆଶାକର୍ମୀ ଓ ଏଏନଏମ୍‌ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି । ଗାଇଡଲାଇନ୍‌ ଅନୁଯାୟୀ ଆଇଏଲଆଇ ସର୍ଭେକୁ ପ୍ରାଧାନ୍ୟ ଦିଆଯାଉଛି। ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସାମୁଦ୍ରିକ ଝଡ଼ ବାତ୍ୟା ୟସ୍‌ ପାଇଁ  ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି।

କୋଭିଡ଼ ପରିସ୍ଥିତି ପାଇଁ ଅଧିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ। ମାତ୍ର ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର କୋଭିଡ଼ ହସ୍ପିଟାଲ ରହିଛି। ରାଜ୍ୟରେ ଇକୋମା ପାଇଁ ପ୍ରସ୍ତୁତି ଚାଲିଛି। ଏଥିପାଇଁ କୁଶଳୀ ଲୋକଙ୍କ ଆବଶ୍ୟକତା ରହିଛି। ରାଜ୍ୟର ସବୁ ମେଡିକାଲରେ ଇକୋମା ପାଇଁ ପ୍ରସ୍ତୁତି ଚାଲିଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.