ଗରମ ଓ କରୋନା, ଉଭୟରୁ ମୁକ୍ତି ପାଇବାକୁ ଜାଣନ୍ତୁ କେତେ ମାତ୍ରାରେ ପିଇବେ କାଢ଼ା
କରୋନା ଭାଇରସ ସଂକ୍ରମଣରୁ ମୁକ୍ତି ପାଇବାକୁ ଏବେ ଖରାଦିନେ ବି ଲୋକମାନେ ଥଣ୍ଡା ଖାଦ୍ୟ ଖାଇବାକୁ ଭୟ କରୁଛନ୍ତି। ସଂକ୍ରମଣରୁ ଦୂରେଇ ରହିବାକୁ ଏବେ ଲୋକେ ଘରୋଇ ଉପାୟ ଆପଣାଉଛନ୍ତି। ଏଭଳି ସ୍ଥିତିରେ ଇମ୍ୟୁନିଟି ବଢ଼ାଇବା ପାଇଁ ଲୋକମାନେ କାଢ଼ା ପିଉଛନ୍ତି। ଦ୍ଵିତୀୟ ଲହରରେ ସଂକ୍ରମଣ ବଢ଼ୁଥିବାରୁ ଲୋକମାନେ ଭୟରେ ଖରାଦିନେ ବି ବହୁ ମାତ୍ରାରେ କାଢ଼ା ପିଉଛନ୍ତି। ଏହା ଦ୍ୱାରା ଇମ୍ୟୁନିଟି ତ ବଢ଼ୁଛି କିନ୍ତୁ ଖରାଦିନେ ଦେଖାଯାଉଥିବା ପେଟ ସମସ୍ୟା ବଢ଼ିଯାଉଛି। ତେବେ ଆସନ୍ତୁ ଜାଣିବା ଖରାଦିନେ କେତେ ମାତ୍ରାରେ କାଢ଼ା ପିଇବା ଉଚିତ…
ଦିନକୁ ମାତ୍ର ୩୦ml କାଢ଼ା ପିଇବା ଉଚିତ। ଅଧିକ କାଢ଼ା ପିଇଲେ ଗ୍ୟାସ୍, ଛାତି ପୋଡ଼ା, ପରିସ୍ରା ପୋଡ଼ା ଭଳି ସମସ୍ୟା ହୋଇପାରେ। ଏକ୍ସପର୍ଟଙ୍କ କହିବାନୁସାରେ ଖରାଦିନେ ୧୫ml କାଢ଼ା ପିଇବା ଆବଶ୍ୟକ। ମାତ୍ର କାଶ, ଥଣ୍ଡା, ଛିଙ୍କ ଆଦି ହେଉଥିଲେ ଆପଣ ଦିନକୁ ୫୦ml ଯାଏଁ କାଢ଼ା ପିଇପାରିବେ।
ଏମିତି ପିଅନ୍ତୁ କାଢ଼ା:
- ସକାଳେ ଉଠିବାର ଘଣ୍ଟାଏ ପରେ କିମ୍ବା ସନ୍ଧ୍ୟାରେ ୪-୫ ଟା ମଧ୍ୟରେ ପିଇପାରିବେ।
- ଖାଲି ପେଟରେ କାଢ଼ା ପିଅନ୍ତୁ ନାହିଁ।
- କାଢ଼ାରେ ମହୁ ମିଶାଇ ପିଅନ୍ତୁ, ଜଳାପୋଡ଼ା କମ୍ ହେବ।