ଭୁବନେଶ୍ୱର (କେନ୍ୟୁଜ୍) : କମୁଛି କରୋନା ଗ୍ରାଫ। ଦେଶରେ ୨୪ ଘଣ୍ଟାରେ ୬୦ ହଜାର ୪୭୧ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ୭୫ ଦିନ ପରେ ଏହା ସର୍ବନିମ୍ନ ସଂକ୍ରମଣ। ଦିନକରେ ମୃତ୍ୟୁ ବରଣ କରିଛନ୍ତି ୨ହଜାର ୭୨୬। ସୁସ୍ଥ ହୋଇଛନ୍ତି ୧ଲକ୍ଷ ୧୭ହଜାର ୫୨୫।
ଆଜିକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୫ଲକ୍ଷ ୭୦ ହଜାର ୮୮୧ରେ ପହଞ୍ଚିଛି । ମୃତ୍ୟୁ ସଂଖ୍ୟା ୩ଲକ୍ଷ ୭୭ହଜାର ୩୧ରେ ପହଞ୍ଚିଛି।