Below header

ପଞ୍ଚତାରକା ହୋଟେଲରେ ଡ୍ରଗ୍ସ ସହିତ ଜନ୍ମଦିନ ପାର୍ଟି କରୁଥିଲେ ବଲିଉଡର ଏହି ଅଭିନେତ୍ରୀ, ପୋଲିସ କଲା ଗିରଫ

ମୁମ୍ବାଇରେ ଜଣେ ବଲିଉଡ ଅଭିନେତ୍ରୀଙ୍କୁ ଜନ୍ମଦିନରେ ଡ୍ରଗ୍ସ ସହ ପାର୍ଟି କରିବା ମହଙ୍ଗା ପଡିଲା। ପାର୍ଟିରେ ଡ୍ରଗ୍ସ କାରବାର ଚାଲିଥିବାବେଳେ ପୋଲିସକୁ ଗୁପ୍ତ ଭାବେ ସୂଚନା ମିଳିଥିଲା। ଏହାକୁ ଭିତ୍ତି କରି ପୋଲିସ ଟିମ୍ ବିଳମ୍ବିତ ରାତିରେ ହୋଟେଲ ଉପରେ ଚଢ଼ାଉ କରି ଅଭିନେତ୍ରୀ ଏବଂ ସାଙ୍ଗମାନଙ୍କୁ ଗିରଫ କରିଥିଲା।

ଏହି ମାମଲା ମୁମ୍ବାଇର ସାଣ୍ଟାକ୍ରୁଜ୍ ପୋଲିସ୍ ଷ୍ଟେସନ୍ ଅଞ୍ଚଳର । ବଲିଉଡ ଅଭିନେତ୍ରୀ ନେହଲ ଶାହ ଏକ ପାଞ୍ଚ ତାରକା ହୋଟେଲରେ ତାଙ୍କ ଜନ୍ମଦିନ ପାଳନ କରୁଥିଲେ। ଗତକାଲି ମଧ୍ୟ ରାତିରେ ହୋଟେଲ ଉପରେ ଚଢ଼ାଉ କରି ପୋଲିସ ଏହି ଘଟଣାର ଖୁଲାସା କରିଛି।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ରବିବାର ରାତି ପ୍ରାୟ ୩ଟା ସମୟରେ ଏକ ପଞ୍ଚ ତାରକା ହୋଟେଲରେ ଚଢ଼ାଉ କରିଥିଲା। ସେଠାରେ ବଲିଉଡରେ ଜଣେ ଅଭିନେତ୍ରୀ ଏବଂ ତାଙ୍କ ସହଯୋଗୀମାନେ ଡ୍ରଗ୍ସ ସେବନ କରିବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା। ଏ ସମ୍ପର୍କରେ ଏନଡିପିଏସ୍ ଆକ୍ଟ ଅନୁଯାୟୀ ସାନ୍ତାକ୍ରୁଜ୍ ପୋଲିସ ଏକ ମାମଲା ରୁଜୁ କରିଛି। ନାଇରା ନେହଲ ଶାହା ମଧ୍ୟ ଦୁଇଟି ତେଲୁଗୁ ଚଳଚ୍ଚିତ୍ରରେ କାମ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.