ବଲାଙ୍ଗିର(କେନ୍ଯୁଜ୍): ଜେଲ୍ ଫେରନ୍ତାଙ୍କୁ କଳସ ସ୍ୱାଗତ। ବଲାଙ୍ଗିର ତୁଷୁରା ଥାନା ସିରାବାହର ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ନିଶା ବେପାର ଅଭିଯୋଗରେ ଜେଲ ଯାଇଥିବା ଜଣେ ବ୍ୟକ୍ତି ଜେଲ୍ରୁ ମୁକୁଳିବା ପରେ ଗାଁ ଦାଣ୍ଡରେ ପ୍ରତି ଘର ଆଗରେ କଳସ ରଖି ସ୍ୱାଗତ କରାଯାଇଛି।
ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜେଲ ଫେରନ୍ତାଙ୍କ ବେକରେ ଗାମୁଛା ପକାଇ ସ୍ୱାଗତ କରିବା ସହ ରିଷ୍ଟ ଖଣ୍ଡନ ପାଇଁ କୁକୁଡ଼ା ଅର୍ପଣ କରିଥିବା ଭିଡିଓ ଭାଇରାଲ ହୋଇଛି। କୋଭିଡ୍ କଟକଣାକୁ ବେଖାତିର କରି ବାଦ୍ୟର ତାଳେ ତାଳେ ନାଚ ବି ଚାଲିଥିବା ଦେଖିବାକୁ ମିଳିଛି।