ବନାନ୍ତୁ କିଛି ନୂଆ, ପ୍ରସ୍ତୁତ କରନ୍ତୁ ମିଠା ପୁରି
ଆବଶ୍ୟକ ସାମଗ୍ରୀ
ମଇଦା – ୨ କପ୍
କ୍ଷୀର – ୩/୪ କପ୍
ଘିଅ – ୧ ଚାମଚ
ଚିନି – ୧/୪ କପ୍
ତେଲ – ଛାଣିବା ପାଇଁ
ନଡ଼ିଆ କୋରା – ୫୦ ଗ୍ରାମ
୫ଟି ଗୁଜୁରାତି (ପେଷା ହୋଇଥିବା)
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ମଇଦାରେ ଚିନି, ନଡିଆ, ଗୁଜୁରାତି ଏବଂ ଅଳ୍ପ ଘିଅ ପକାଇ ଭଲ ଭାବରେ ମିକ୍ସ କରିଦିଅନ୍ତୁ। ଏହା ପରେ କ୍ଷୀରରେ ଚିନି ମିଶାନ୍ତୁ ଏବଂ ଏହି ମଇଦାକୁ ଭଲ ଭାବରେ ଚକଟନ୍ତୁ। ଦଳା ହୋଇଥିବା ମଇଦାକୁ କିଛି ସମୟ ପାଇଁ ଘୋଡାଇ ରଖନ୍ତୁ। ଏହାକୁ କିଛି ସମୟ ଘୋଡାଇ ରଖିବା ପରେ ମଇଦାକୁ ବାହାର କରି ବେଲି ଦିଅନ୍ତୁ।
ତା’ପରେ ଏକ ଛୋଟ ଗ୍ଲାସ କିମ୍ବା କୌଣସି ପାତ୍ର ସାହାଯ୍ୟରେ ଗୋଲ ଗୋଲ କରି କାଟନ୍ତୁ। ଏହାକୁ ନ କାଟି ଗୋଟିଏ ଗୋଟିଏ ବେଲି ମଧ୍ୟ ତିଆରି କରିପାରିବେ। ଏବେ ଏକ କଡେଇରେ ତେଲକୁ ଗରମ କରି ବେଲି ରଖିଥିବା ପୁରିକୁ ପକାନ୍ତୁ। ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ପୁରିକୁ ଛାଣନ୍ତୁ। ସୁନେଲୀ ରଙ୍ଗ ହୋଇଗଲା ପରେ ଏହାକୁ ବାହାରକୁ ବାହାର କରିଦିଅନ୍ତୁ। ବର୍ତ୍ତମାନ ଆପଣଙ୍କ ସ୍ୱାଦିଷ୍ଟ ମିଠା ପୁରି ପ୍ରସ୍ତୁତ ହୋଇଯାଇଛି।