ମଡେର୍ଣ୍ଣା ଟୀକାକୁ ମିଳିଲା ଅନୁମତି, ଆମଦାନୀ କରିବ ଭାରତୀୟ କମ୍ପାନୀ “ସିପ୍ଲା”

ନୂଆଦିଲ୍ଲୀ(କେ ନ୍ୟୁଜ): କୋଭିସିଲ୍‌ଡ୍‌, କୋଭାକ୍ସିନ୍‌ ଓ ସ୍ପୁଟନିକ ଭି ପରେ ମଡେର୍ଣ୍ଣା। ଭାରତରେ କୋଭିଡ୍‌ ଟିକାକରଣରେ ସାମିଲ ହେବ ଦ୍ୱିତୀୟ ବିଦେଶୀ ଟିକା ମଡେର୍ଣ୍ଣା । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲା ଡିସିଜିଆଇ । ଏହି ଆମେରିକୀୟ ଟିକାର ଆମଦାନୀ କରିବ ଭାରତୀୟ କମ୍ପାନୀ ସିପ୍ଲା ।

ସେପଟେ ଡେଲ୍‌ଟା ଭାରିଆଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚିନ୍ତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏକାଧିକ ମ୍ୟୁଟେସନ୍‌ ପାଇଁ ଅଧିକ କ୍ଷିପ୍ର ଭାବେ ବ୍ୟାପୁଛି ଡେଲ୍‌ଟା । ଭାଇରସ୍‌ ଅଧିକ ରୂପ ବଦଳାଇବା ପୂର୍ବରୁ ସଂକ୍ରମଣକୁ ଚେକ୍‌ ଦେବାକୁ ହେବ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.