ଶ୍ରୀମନ୍ଦିରରେ ୨ ଅଣ ସେବାୟତ ପ୍ରବେଶ ନେଇ ଅସନ୍ତୋଷ

ରୀ(କେ ନ୍ୟୁଜ): ପୁରୀ ଶ୍ରୀମନ୍ଦିରରେ ୨ ଜଣ ଅଣ ସେବାୟତ ପ୍ରବେଶ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏହି ୨ ଜଣ ଅଣ ସେବାୟତ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଭାଙ୍ଗି ମନ୍ଦିରରେ ପ୍ରବେଶ କରିଥିଲେ । ସୁରକ୍ଷାକର୍ମୀ ଓ ଜେଟିପି ମୁତୟନ ଥିଲେ ବି କେହି ଅଟକାଇ ନଥିବା ଅଭିଯୋଗ ହୋଇଛି ।

ଦକ୍ଷିଣ ଦ୍ୱାର ସୁରକ୍ଷା ବ୍ୟବସ୍ଥା ଭଙ୍ଗ କରି ମନ୍ଦିର ପରିସରକୁ ଉଭୟ ପ୍ରବେଶ କରିଥିବା ଜଣାପଡିଛି । ତେବେ କୋଭିଡ କଟକଣା ରହିଥିଲେ ମଧ୍ୟ କିଭଳି ନିୟମ ଭଙ୍ଗ ହେଲା ତାକୁ ନେଇ ସେବାୟତଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ଘଟଣା ସାମ୍ନାକୁ ଆସିବା ପରେ ଏହାର ତଦନ୍ତ କରାଯିବ ବୋଲି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ପକ୍ଷରୁ ଜଣା ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.