କେଶକୁ ମଜବୁତ କରିବାରେ ସାହାଯ୍ୟ କରିବ ଆପଲ ସାଇଡ଼ର ଭିନେଗାର, ଜାଣନ୍ତୁ ଲଗାଇବା ବିଧି
ମହିଳାମାନଙ୍କ ଚିନ୍ତା ବଢ଼ୁଥବା କାରଣରୁ କେଶ ଝଡ଼ିବା ସମସ୍ୟା ମଧ୍ୟ ଦେଖାଦେଉଛି । ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଏହାର ଯତ୍ନ ନେବାକୁ ମଧ୍ୟ ସମୟ ହେଉ ନାହିଁ । ଏଥିପାଇଁ ବାହାରେ ହେୟାର କେମିକାଲ ବ୍ୟବହାର କରି କେଶକୁ ସିଧା କରୁଛନ୍ତି ।
ସସସ୍ତଙ୍କୁ ଲମ୍ବା , କଳା ଓ ଘନ କେଶ ପ
ସନ୍ଦ । କିନ୍ତୁ କେଶ ଝଡ଼ିବା ସମସ୍ୟା ପାଇଁ ଏହା ସମ୍ଭବ ହୋଇନଥାଏ । ବଜାରରେ ଥିବା ପ୍ରଡକ୍ଟସର କେମିକାଲ କେଶ ପାଇଁ ଅନେକ ସମସ୍ୟା ସୃଷ୍ଟି କରେ । ତେବେ ଏଥିପାଇଁ ଆପଣ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ । କେଶ ସମସ୍ୟାରୁ ମୁକ୍ତି ପାଇଁ ଆମେ ଆପଣଙ୍କୁ ଖୁବ ସହଜ ଓ ସୁନ୍ଦର ଉପାୟ କହିବୁ । ଯାହା କମ ସମୟରେ ପ୍ରଭାବ ପକାଇବ । କେଶକୁ ସିଧା କରିବାକୁ ଚାହୁଁଥିଲେ ଆପଣ ଆପଲ ସାଇଡ଼ର ବ୍ୟବହାର କରିପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ ବ୍ୟବହାର କରିବାର ପଦ୍ଧତି ।
ସାମଗ୍ରୀ:
– ୨ ବଡ଼ ଚାମଚ ଆପଲ ସାଇଡ଼ର ଭିନେଗାର
– ୩ ବଡ଼ ଚାମଚ ମହୁ
– ୨ ବଡ଼ ଚାମଚ ଆଲୋବେରା ଜୁସ
– ୧ କଦଳୀ
ବିଧି:
ଗୋଟେ ପାତ୍ରରେ କଦଳୀକୁ ପେଷ୍ଟ କରି ରଖନ୍ତୁ । ସେଥିରେ ଆପଲ ଭିନେଗାର , ଆଲୋବେରା ଏବଂ ମହୁ ପକାଇ ଭଲ ଭାବେ ମିଶାନ୍ତୁ । ପରେ ଏହି ମିଶ୍ରଣକୁ ନିଜ କେଶରେ ଲଗାନ୍ତୁ । ୧.୫ଘଣ୍ଟା ରଖନ୍ତୁ ।ଏହାପରେ ସାମ୍ପୁରେ ସଫା କରନ୍ତୁ ।
ଧ୍ୟାନ ରଖିବେ, ଏହାକୁ ଲଗାଇବା ସମୟରେ କେଶକୁ ପାନିଆରେ କୁଣ୍ଡାଇବାକୁ ଭୁଲନ୍ତୁ ନାହିଁ । ଅଡୁଆ କେଶ କରିବେ ନାହିଁ । ଲଗାଇବା ପରେ ଖରା କିମ୍ବା ଫ୍ୟାନ ପବନରେ ଶୁଖାନ୍ତୁ । ପରେ ଭଲଭାବେ ଧୋଇ ଦିଅନ୍ତୁ ।