ଫିଲିପାଇନ୍ସ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୪୦ ସୈନିକଙ୍କୁ ସୁରକ୍ଷିତ ଭାବେ କରାଯାଇଛି ଉଦ୍ଧାର

ସୈନିକମାନଙ୍କୁ ନେଇ ଯାଉଥିବା ଫିଲିପାଇନ୍ସ ବାୟୁସେନାର ସି-୧୩୦ ବିମାନ ରବିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ରନେଓ୍ଵରୁ ନିଖୋଜ ହେବା ପରେ ଦକ୍ଷିଣାଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ଯାତ୍ରା କରୁଥିବା ୪୦ ସୈନିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସିଲୁ ଅଞ୍ଚଳର ପାହାଡ଼ିଆ ସହର ପାଟୀକୁଲର ଏକ ଗାଁରେ ଏହି ଦୁର୍ଘଟଣା ଘଟିଛି।

ତେବେ ବିମାନରେ କେତେ ସୈନିକ ଯାତ୍ରା କରୁଥିଲେ ଏବଂ କେତେ ମୃତାହତ ହୋଇଛନ୍ତି, ସେ ବିଷୟରେ କୌଣସି ସଠିକ୍‌ ସୂଚନା ଷ୍ଟାଫ୍‌ ଜେନେରାଲର ମୁଖ୍ୟ ସିରିଲିଟୋ ସୋବେଜାନାଙ୍କଠାରୁ ମିଳିପାରି ନାହିଁ। କିନ୍ତୁ ବିମାନରେ ୮୫ଜଣ ଯାତ୍ରା କରୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ସିରିଲିଟୋ ସୋବେଜାନା କହିଛନ୍ତି, ବିମାନଟି ଦକ୍ଷିଣ କାଗାୟନ ଡି ଓରୋ ସହରରୁ ସୈନିକମାନଙ୍କୁ ନେଇ ଉଡ଼ାଣ ଭରିଥିଲା। ସୂଚନାଥାଉ କି, ସୁଲୁର ମୁସ୍‌ଲିମ ବହୁଳ ଅଞ୍ଚଳରେ ସରକାରୀ ବଳ ଶହ ଶହ ବର୍ଷ ଧରି ଅବୁ ସୟାଫ୍‌ର ଚରମପନ୍ଥୀମାନଙ୍କ ସହ ଦୀର୍ଘକାଳୀନ ଯୁଦ୍ଧ କରି ଆସୁଛନ୍ତି।

ସୋବେଜାନା ଗଣମାଧ୍ୟମକୁ କହିଛନ୍ତି ଯେ ଏହା ବହୁତ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା। ବିମାନ ରନ୍‌େଓ୍ଵରୁ ନିଖୋଜ ହୋଇଗଲା ଏବଂ ଏହା ଶକ୍ତି ହାସଲ କରିବାକୁ ପ୍ରୟାସ କରୁଥିଲା, କିନ୍ତୁ ଅସଫଳ ରହିଥିଲା। ବିମାନରେ ଯାତ୍ରୀ ଥିବା ମାତ୍ର ୪୦ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଛି। ବାକି ସୈନିକମାନଙ୍କୁ ଉଦ୍ଧାର କରାଯିବାର ପ୍ରକ୍ରିୟା ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.