ଭୁବନେଶ୍ୱରରେ ବଢୁଛି ତେଲ ଦର, ଜାଣନ୍ତୁ ଆଜି କେତେ ରହିଛି ଦାମ୍‌

ମହାମାରୀରେ ଭାରି ପଡୁଛି ତୈଳଦର । ବିଭିନ୍ନ ରାଜ୍ୟରେ ତେଲ ଦର ୧୦୦ ଟଙ୍କା ଟପି ସାରିଥିବାବେଳେ ଭୁବନେଶ୍ୱରରେ ମଧ୍ୟ ବଢୁଛି ତେଲ ଦର। ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ୬୬ ପଇସା ହୋଇଥିବ ବେଳେ ଡିଜେଲ ଦର ୯୭ ଟଙ୍କା ୩୯  ପଇସା ରହିଛି । ଦର ବୃଦ୍ଧିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

ପ୍ରତିଦିନ ଛଅଟା ବେଳେ ବଦଳିଯାଏ ମୂଲ୍ୟ:

ସୂଚନା ମୁତାବକ ପ୍ରତ୍ୟେକ ଦିନ ସକାଳ ୬ଟା ରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ। ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।

Leave A Reply

Your email address will not be published.