କ’ଣ ଆପଣ ଦେଖିଛନ୍ତି କି ଏତେ ଛୋଟ ଗାଈ, କରିବାକୁ ଯାଉଛି ବିଶ୍ୱ ରେକର୍ଡ, ପାଖକୁ ଯାଇ ଦେଖି ସାରିଲେଣି ୧୫ ହଜାରରୁ ଅଧିକ ଲୋକ
କରୋନା ଭାଇରସ୍ ଯୋଗୁ ବାଂଲାଦେଶରେ ଲକ୍ଡାଉନ ଲାଗିଛି। କିନ୍ତୁ ଏଠି ଏମିତି ଏକ ଘଟଣା ଘଟିଛି, ଯାହାକୁ ଦେଖିବା ପାଇଁ ଅସମ୍ଭାଳ ଭିଡ଼ ଜମୁଛି। ଏଠାରେ ୨୬ ଇଞ୍ଚ(୬୬ ସେଣ୍ଟିମିଟର) ଲମ୍ବାର ଏକ ବାଙ୍ଗରା ଗାଈ ନଜର ଆସିଛି, ଯାହାର ମାଲିକ ଦାବି କରିଛନ୍ତି କି, ଏ ହେଉଛି ଦୁନିଆର ସବୁଠାରୁ ଛୋଟ ଗାଈ। ଗାଈର ନାଁ ସେ ‘ରାନୀ’ ରଖିଛନ୍ତି।
ଢାକାଠାରୁ ୩୦ କିଲୋମିଟର(୧୯ ମାଇଲ) ଦକ୍ଷିଣ-ପଶ୍ଚିମରେ ଚରୀଗ୍ରାମ କ୍ଷେତରେ ରାନୀକୁ ଘାସ ଚରୁଥିବାର ଦେଖାଯାଇ ପାରିବ। ଏହାକୁ ବର୍ତ୍ତମାନ ୨୩ ମାସ ବୟସ। ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ ହେଉଥିବା ଏହି ବାଙ୍ଗରା ଗାଈକୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ଲୋକେ ଛୁଟି ଆସୁଛନ୍ତି। ରାନୀର ଓଜନ ମାତ୍ର ୫୭ ପାଉଣ୍ଡ(୨୬ କିଲୋଗ୍ରାମ)। ମାଲିକଙ୍କ କହିବା ହେଲା, ରାନୀ ଗିନିଜ୍ ଓ୍ଵାର୍ଲ୍ଡ ରେକର୍ଡରେ ସବୁଠାରୁ ଛୋଟ ଗାଈଠାରୁ ବି ୪ ଇଞ୍ଚ ଛୋଟ ଅଛି।
ଏକ ରିପୋର୍ଟ ଅନୁସାରେ, ଶିକୋର ଏଗ୍ରୋ ଫାର୍ମର ପ୍ରବନ୍ଧକ ଏମ୍ଏ ହସନ ହୋବଲାଡର ଟେପ୍ ବ୍ୟବହାର କରି ରାନୀର ଉଚ୍ଚତା ଏବଂ ଚଉଡ଼ା ମାପିଥିଲେ। ଏହାପରେ ସେ ଦର୍ଶକଙ୍କୁ ଦେଖାଇଥିଲେ କି, ଏହା କେରଳର ଏକ ଗାଈ ‘ମାଣିକ୍ୟମ୍’ଠାରୁ ମଧ୍ୟ ଛୋଟ, ଯାହା ପାଖରେ ବର୍ତ୍ତମାନ ବିଶ୍ୱ ରେକର୍ଡ ଅଛି।
ଗିନିଜ୍ ଓ୍ଵାର୍ଲ୍ଡ ରେକର୍ଡସ୍ କହିଛି ଯେ ଭେଚୁର ପ୍ରଜାତିର ମାଣିକ୍ୟମ୍ ଗାଈ ଜୁନ୍ ୨୦୧୪ରେ ୬୧ ସେଣ୍ଟିମିଟର ଉଚ୍ଚା ଥିଲା। ତେବେ ତାଙ୍କ କହିବା ହେଲା, କରୋନା ଲକ୍ଡାଉନ ସତ୍ତ୍ୱେ ଲୋକେ ରାନୀକୁ ଦେଖିବା ପାଇଁ ଆସୁଛନ୍ତି। କେବଳ ୩ ଦିନ ଭିତରେ ୧୫୦୦୦ରୁ ଅଧିକ ଲୋକ ଏଠାକୁ ଆସି ସାରିଲେଣି।