ଚାନ୍ଦିପୁର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ନ୍ୟୁ ଜେନେରେସନ୍‌ ଆକାଶ ମିଶାଇଲ ପରୀକ୍ଷଣ

କେନ୍ଯୁଜ୍: ନ୍ୟୁ ଜେନେରେସନ୍‌ ଆକାଶ ମିଶାଇଲ ପରୀକ୍ଷଣ। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ଉତ୍‌କ୍ଷେପଣ କରାଯାଇଛି। ମଧ୍ୟମ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ଏହି କ୍ଷେପଣାସ୍ତ୍ରକୁ ୧୧ଟା ୫୫ ମିନିଟ୍‌ରେ ଉତ୍‌କ୍ଷେପଣ କରାଯାଇଛି।

ଏହାର ଲକ୍ଷ୍ୟଭେଦୀ କ୍ଷମତା ରହିଛି ୭୦ କିଲୋମିଟର। ଏଥିରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଆଣବିକ ଯୁଦ୍ଧାସ୍ତ୍ରକୁ ବ୍ୟବହାର କରାଯାଇପାରିବ । ପ୍ରଥମ ଥର ପାଇଁ ଜାନୁଆରୀ ୨୫ ତାରିଖରେ ପରୀକ୍ଷା କରାଯାଇଥିଲା । ୨୦୨୩ ସୁଦ୍ଧା ଆକାଶ NGକୁ ସେନାରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.