ଟାଟୁ ବିବାଦକୁ ନେଇ ଦାମ୍ପତ୍ୟ କଳହ ଘଟଣା: କଟକ ମହିଳା ଥାନାରେ ପହଞ୍ଚିଲେ ସ୍ୱାମୀ ଓ ସ୍ତ୍ରୀ

କଟକ(କେନ୍ଯୁଜ୍): ଟାଟୁ ବିବାଦକୁ ନେଇ ଦାମ୍ପତ୍ୟ କଳହ। କଟକ ମହିଳା ଥାନାରେ ପହଞ୍ଚିଲେ ସ୍ତ୍ରୀ ସୋନାଲି ଓ ସ୍ୱାମୀ ମୋହିତ ଶର୍ମା। ସୋନାଲିଙ୍କ ପକ୍ଷରୁ ଅଣାଯାଇଥିବା ଅଭିଯୋଗ ମିଛ ବୋଲି କହିଛନ୍ତି ମୋହିତ। କହିଛନ୍ତି ପରିବାର ପକ୍ଷରୁ ତାଙ୍କୁ ନିର୍ଯାତନା ଦିଆଯାଇନାହିଁ । ଗର୍ଭ ନଷ୍ଟ କରିବା କଥା ସମ୍ପୂର୍ଣ୍ଣ ମିଥ୍ୟା । ସୋନାଲି ତାଙ୍କ ଅତୀତ ବିଷୟରେ ମତେ ବିବାହ ପୂର୍ବରୁ କହିନଥିଲେ। ଫେସବୁକ୍‌ରେ ଚାଟିଂ କରି ବାଲେଶ୍ଵରର ସୋନାଲି ଦାସଙ୍କ ସହ ସମ୍ପର୍କରେ ଆସିଥିଲେ ମୋହିତ ଶର୍ମା । ପରେ ବାହା ହେବା ପାଇଁ ମୋହିତଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଥିଲେ ସୋନାଲି ।

ଗତବର୍ଷ ନଭେମ୍ବର ମାସରେ ଉଭୟଙ୍କ ବାହାଘର ହୋଇଥିଲା । ଆଉ ତାପରେ ସ୍ୱାମୀ, ଶାଶୂ ଓ ଶ୍ୱଶୁରଙ୍କ ଉପରେ ଅତ୍ୟାଚାର ଓ ଧମକଚମକ ଆରମ୍ଭ କରିଥିଲେ ସୋନାଲି । ବୟଫ୍ରେଣ୍ଡ୍‌ ସହ ମିଶି ଏକ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ମୋହିତକୁ ପଠାଇଥିଲେ । ଏହି ଭିଡିଓକୁ ଭାଇରାଲ କରିବା ପାଇଁ ସ୍ୱାମୀଙ୍କୁ ଧମକ ଚମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଏପରିକି ବୟଫ୍ରେଣ୍ଡ୍‌ଙ୍କ ନାଁରେ ଟାଟୁ ମଧ୍ୟ କରିଛନ୍ତି ସୋନାଲି । ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହେବା ସହ ନ୍ୟାୟ ଭିକ୍ଷା କରିଛନ୍ତି ମୋହିତ ।

ଅନ୍ୟପଟେ ସୋନାଲି ତାଙ୍କର ଓ ତାଙ୍କ ପରିବାରର ଜୀବନ ପ୍ରତି ବିପଦ ଥିବା ନେଇ କଟକ ମହିଳା ଥାନାରେ ଏତଲା ଦେଇଛନ୍ତି। ଏହାସହ ତାଙ୍କୁ ଅଜଣା ଫୋନ୍‌ ନମ୍ବରରୁ ମଧ୍ୟ ଧମକ ଆସୁଥିବା କହିଛନ୍ତି ସୋନାଲି।

Leave A Reply

Your email address will not be published.