Below header

ବୟସ ବଢ଼ିବା ସଂଗେ ସଂଗେ ଆପଣଙ୍କ ମସ୍ତିସ୍କକୁ ରଖନ୍ତୁ ସୁସ୍ଥ, ଆପଣାନ୍ତୁ ଏହି ଟିପ୍ସ

ଛୋଟ ଛୋଟ ଚିନ୍ତା ଆପଣଙ୍କ ମାନସିକ ସ୍ଥିତିରେ ବଡ ପ୍ରଭାବ ପକାଇଥାଏ । ଯେଉଁଥିପାଇଁ ବ୍ୟକ୍ତିକୁ କେତେ ପ୍ରକାର ମାନସିକ ରୋଗରେ ଛନ୍ଦି ହୋଇଯାଇଥାଏ । ଉତ୍ତମ ମାନସିକ ସ୍ୱାସ୍ଥ୍ୟ ରଖିବା ପାଇଁ ସହଜ ଟିପ୍ସ ଆପଣାଇ ଆପଣ ଚିନ୍ତା ମୁକ୍ତ ହୋଇପାରିବେ । ଯଦି ଆପଣ ଏପରି ମାନସିକ ଅବସାଦରେ ପୀଡିତ ତେବେ ଆପଣାନ୍ତୁ ଏହି ଟିପ୍ସ । ନିଶ୍ଚୟ ଆପଣଙ୍କୁ ଚିନ୍ତାରୁ ମୁକ୍ତି ମିଳିବ ।

ପୁଷ୍ଟିକର ଖାଦ୍ୟ :

ଶରୀର ସ୍ୱାସ୍ଥ୍ୟ ସହିତ ମସ୍ତିସ୍କ ମଧ୍ୟ ସୁସ୍ଥ ରହିବା ବହୁତ ଜରୁରୀ । ଏଥିପାଇଁ ପୁଷ୍ଟିକର ଖାଦ୍ୟ ଖାଇବା ନିହାତି ଜରୁରୀ । ତେଣୁ ଆପଣଙ୍କ ଖାଦ୍ୟରେ ତାଜା ଫଳ ଓ ପନିପରିବା ନେବା ଆବଶ୍ୟକ ।

ବ୍ୟାୟାମ କରନ୍ତୁ :

ମାନସିକ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ,ଯୋଗ ଓ ପ୍ରାଣାୟମ କରିବା ନିହାତି ଜରୁରୀ । ଏଥିପାଇଁ ଆପଣ ବ୍ୟାୟାମ ନିଶ୍ଚୟ କରନ୍ତୁ । ଏହାଦ୍ୱାରା ଆପଣଙ୍କ ଶରୀର ସହ ମୁଡ ବି ଭଲ ରହିଥାଏ ।

ଆବଶ୍ୟକ ପରିମାଣ ଶୁଅନ୍ତୁ :

ଚିନ୍ତା କାରଣରୁ ବ୍ୟକ୍ତି ଅନିଦ୍ରା ରହିଥାଏ । ଯଦି ଆପଣଙ୍କ ଏପରି ସମସ୍ୟା ରହିଛି । ତେବେ ଆପଣ ଭରପୁର ପରିମାଣରେ ଶୁଅନ୍ତୁ । ଗଭୀର ନିଦ୍ରାରେ ଶୋଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବା ସହ ମସ୍ତିସ୍କ ମଧ୍ୟ ଭଲ ରହିଥାଏ । ଏହାଦ୍ୱାରା ମାନସିକ ଅଶାନ୍ତି ମଧ୍ୟ ଦୂର ହୋଇଥାଏ । ପର୍ଯ୍ୟାପ୍ତ ପରିମାଣର ନିଦ ନେବା ଦ୍ୱାରା ଶରୀରକୁ ମଧ୍ୟ ଆରାମ ମିଳିଥାଏ ।

ସ୍ଥାନ ପରିବର୍ତ୍ତନ କରନ୍ତୁ :

ଅଧିକାଂଶ ସମୟ ମାନସିକ ଅବସାଦ ଥିଲେ ମଧ୍ୟ ଆପଣ ଉକ୍ତ ଗୋଟିଏ ସ୍ଥାନରେ ରହିଥାନ୍ତି । ତେଣୁ ଆପଣ ଯଦି ସ୍ଥାନ ପରିବର୍ତ୍ତନ କରନ୍ତି ତେବେ ପରିବର୍ତ୍ତୀତ ବାତାବରଣରେ ଆପଣଙ୍କ ଅବସାଦ ମଧ୍ୟ ହ୍ରାସ ପାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.