କେନ୍ଦ୍ରାପଡ଼ା (କେନ୍ୟୁଜ୍): କେନ୍ଦ୍ରାପଡା ମାର୍ଶାଘାଇ ଥାନା ୫ନଂ (କ) ଜାତୀୟ ରାଜପଥରେ ଡକାୟତି ଘଟଣାରେ ୫ ଜଣ ଗିରଫ ହୋଇଛନ୍ତି। ଅନ୍ୟ ଜଣେ ଡକାୟତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ତେଲ ବୋଝେଇ ଟ୍ୟାଙ୍କର, ଗୋଟିଏ କାର, ଗୋଟିଏ ବୋଲେରୋ, ୩ ବାଇକ୍ , ୫୩ ହଜାର ଟଙ୍କା, ୬ଟି ମୋବାଇଲ ଫୋନ, ଟ୍ୟାଙ୍କର ଖୋଲିବା ପାଇଁ ନକିଲି ଚାବି ସହ ୭ ହଜାର ୬୦୦ ଲିଟର ତେଲ ମାର୍ଶାଘାଇ ଥାନା ପୋଲିସ ଜବତ କରିଛି ।
ଗତକାଲି ବିଳମ୍ବିତ ରାତିରେ ପାରାଦୀପରୁ ଏକ ତେଲ ଟ୍ୟାଙ୍କରକୁ ଫଲୋକରି ୬ ଜଣ ଡକାୟତ ହଳଦିଆ ଗୋଡା ନିକଟରେ ଅଟକାଇ ଥିଲେ । ଡକାୟତମାନେ ଟ୍ୟାଙ୍କର ଅଟକାଇ ଡ୍ରାଇଭରକୁ ମାଡ ମାରି ଏକ କାରରେ ପୂରାଇ ଦୁହୁରିଆ ଛକ ନିକଟରେ ଧମକ ଦେଇ ଛାଡ଼ି ପଳାଇ ଥିଲେ ।