ସୋନପୁର(କେନ୍ୟୁଜ୍): ସୋନପୁର ଭିଜିଲାନ୍ସ ଜାଲରେ ବିଡ଼ିଓ। ବିଡିଓ ଜଣକ ହେଲେ ବରଗଡ ଜିଲ୍ଲା ବିଜେପୁର ବ୍ଲକର ପଦ୍ମନାଭ ସାମନ୍ତରାୟ । ଶ୍ରୀ ସାମନ୍ତରାୟ ଏକ ଭଡା କାରରେ ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ଖବର ପାଇ ସୋନପୁର ଭିଜିଲନ୍ସ ବିଭାଗ ବିନିକା ସେତୁ ଛକ ନିକଟରେ ଛପି ରହିଥିଲା ।
ବିଡିଓ ସେଠାରେ ପହଞ୍ଚିଲା ପରେ ତାଙ୍କୁ ଅଟକାଇ ଗାଡି ଯାଞ୍ଚ କରିଥିଲେ ଭିଜିଲାନ୍ସ ଟିମ୍ । ଯାଞ୍ଚବେଳେ ଗାଡିରୁ ୩ ଲକ୍ଷ ୫୧ ହଜାର ୩୦୦ ଟଙ୍କା ବାହାରିଥିଲା । ଏହି ଟଙ୍କାର ହିସାବ ଦେଇ ପାରିନଥିଲେ ବିଡିଓ ଶ୍ରୀ ସାମନ୍ତରାୟ । ଫଳରେ ଭିଜିଲାନ୍ସ ବିଭାଗ ଶ୍ରୀ ସାମନ୍ତରାୟଙ୍କୁ ସୋନପୁ ରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ଅଧିକ ତଦନ୍ତ ଜାରି ରଖିଛି ।