ଜନ୍ମାଷ୍ଟମୀ ପାଇଁ ଭାଇରାଲ ହେଲା ଏହି କୁନି କଳାକାରଙ୍କ ଫଟୋ, ଦେଖନ୍ତୁ ଏବେର ରିଅଲ ଫଟୋ

ଆପଣ ଟିଭିରେ ଅନେକଙ୍କୁ କୃଷ୍ଣଙ୍କ ଅଭିନୟ କରୁଥିବାର ଅନେକବାର ଦେଖିଥିବେ । ଏହା ଜରିଆରେ ଦର୍ଶକଙ୍କୁ ଜଣାଯାଏ ଯେ, କୃଷ୍ଣ ବହୁତ ସୁନ୍ଦର । କିଛି ଏଭଳି ଭାବେ ନିଜର ଅଭିନୟ କଳା ପ୍ରଦର୍ଶନ କରିଥାନ୍ତି , ପରେ ସେମାନଙ୍କୁ ଅସଲ ଜୀବନରେ କୃଷ୍ଣ ବୋଲି ଭାବି ନିଅନ୍ତି ।

ଏମିତି ଅନେକ ସିିରିଏଲ ରହିଛି ଯେଉଁଥିରେ କୃଷ୍ଣ ଅଭିନୟ କରି ସୋ ହିଟ ହୋଇଯାଇଛି । ସେଭଳି କଳାକାର ସବର୍ଦା ପାଇଁ ଦର୍ଶକଙ୍କ ମନରେ ନିଜ ଛାପ ଛାଡ଼ି ଯାଇଥାନ୍ତି । ଏଭଳି ଏକ ସିରିଏଲ ହେଉଛି କଲର୍ସ ଚ୍ୟାନେଲରେ ଦେଉଥିବା “ଜୟ ଶ୍ରୀ କୃଷ୍ଣା” । ୨୦୦୮ରେ ଏହା ପ୍ରସାରିତ ଆରମ୍ଭ ହୋଇଥିଲା । ଏଥିରେ କୃଷ୍ଣଙ୍କ ଅଭିନୟ କରିଥିବା ଛୋଟ ଝିଅ ସମସ୍ତଙ୍କ ମନକୁ କିଣି ନେଇଥିଲା । ନିଜର ମନମୋହକ ହସ ସହ ଅଭିନୟରେ ଦର୍ଶକଙ୍କୁ ଘାୟଲ କରି ସବୁଠି ରାଜ କରୁଥିଲା । ସିରିଏଲ ବନ୍ଦ ହେବା ପରେ ସେହି ଛୋଟ ଝିଅ କେବେ ପରଦା ଆଗକୁ ଆସିନାହିଁ । ଛୋଟ ଝିଅର ପ୍ରକୃତ ନାମ ଧୃତି ଭାଟିଆ ।

ଜନ୍ମାଷ୍ଟମୀରେ ଟେଲିଭିଜନରେ କୃଷ୍ଣଙ୍କ ସେହି ସିରିଏଲ ପୁନଃ ପ୍ରସାରଣ ପରେ ଦର୍ଶକମାନେ ଧୃତିଙ୍କୁ ପୁଣିଥରେ ମନେ ପକାଇଛନ୍ତି । ଏବେ ଧୃତି ବଡ଼ ହୋଇଯାଇଛନ୍ତି । ଦେଖନ୍ତୁ ତାଙ୍କର କିଛି ଭାଇରାଲ ଫଟୋ । ଧୃତି କେବଳ କୃଷ୍ଣଙ୍କ ରୋଲ ନୁହେଁ ବରଂ ପରେ ମାତା କି ଚୌକୀରେ ମାଆ ଦୁର୍ଗାଙ୍କ ରୋଲ ମଧ୍ୟ ପ୍ଲେ କରିଥିଲେ । ଏବେ ସେ ତାଙ୍କ ମାଆଙ୍କ ଭଳି କୋରିଓଗ୍ରାଫର ହେବାକୁ ଚାହୁଁଛନ୍ତି । ତେଣୁ ସେ ପରଦା ପଛେୀ ନିଜକୁ ରଖିଛନ୍ତି ।

krishnanaaa
pc: zoom tv

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.