କେନ୍ୟୁଜ୍(ବ୍ୟୁରୋ): ମେଡିସିନରେ ନୋବେଲ ଘୋଷଣା । ୨୦୨୧ ମସିହା ପାଇଁ ୨ ଜଣଙ୍କୁ ମିଳିତ ଭାବେ ମେଡିସିନରେ ନୋବେଲ ମିଳିବ । ସେମାନେ ହେଲେ ଡେଭିଡ ଜୁଲିଅସ ଓ ଅର୍ଡେମ ପାଟାପୋଟିଆନ୍ । ଶରୀରର ତାପମାତ୍ରା ଓ ସ୍ପର୍ଶ ପାଇଁ ଉଦ୍ଦିଷ୍ଟ ରିସେପ୍ଟର ଉଦ୍ଭାବନ କରିଥିବାରୁ ଦୁଇ ବିଜ୍ଞାନୀଙ୍କୁ ମିଳିତ ଭାବେ ମେଡିସିନ୍ରେ ନୋବେଲ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।
BREAKING NEWS:
The 2021 #NobelPrize in Physiology or Medicine has been awarded jointly to David Julius and Ardem Patapoutian “for their discoveries of receptors for temperature and touch.” pic.twitter.com/gB2eL37IV7— The Nobel Prize (@NobelPrize) October 4, 2021
ରିସେପ୍ଟର ହେଉଛି ଶରୀରରେ ଥିବା ସ୍ନାୟୁର ଶେଷ ଭାଗ ବା ଇନ୍ଦ୍ରିୟ ଯାହା ଦ୍ୱାରା ଦେହ ଆଲୋକ, ଉଷ୍ମତା ଓ ଥଣ୍ଡା ପରି ବାହ୍ୟ ପରିବର୍ତ୍ତନ ପାଇଁ ବିଶେଷ ଭାବେ ପ୍ରତିକ୍ରିୟା ଦେଖାଏ । .