ମେଡିସିନରେ ନୋବେଲ୍‌ ପୁରସ୍କାର ଘୋଷଣା, ୨ ଜଣଙ୍କୁ ମିଳିତ ଭାବେ ନୋବେଲ

କେନ୍ୟୁଜ୍(ବ୍ୟୁରୋ):  ମେଡିସିନରେ ନୋବେଲ ଘୋଷଣା । ୨୦୨୧ ମସିହା ପାଇଁ ୨ ଜଣଙ୍କୁ ମିଳିତ ଭାବେ ମେଡିସିନରେ ନୋବେଲ ମିଳିବ । ସେମାନେ ହେଲେ ଡେଭିଡ ଜୁଲିଅସ ଓ ଅର୍ଡେମ ପାଟାପୋଟିଆନ୍‌ । ଶରୀରର ତାପମାତ୍ରା ଓ ସ୍ପର୍ଶ ପାଇଁ ଉଦ୍ଦିଷ୍ଟ ରିସେପ୍ଟର ଉଦ୍ଭାବନ କରିଥିବାରୁ ଦୁଇ ବିଜ୍ଞାନୀଙ୍କୁ ମିଳିତ ଭାବେ ମେଡିସିନ୍‌ରେ ନୋବେଲ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।

ରିସେପ୍ଟର ହେଉଛି ଶରୀରରେ ଥିବା ସ୍ନାୟୁର ଶେଷ ଭାଗ ବା ଇନ୍ଦ୍ରିୟ ଯାହା ଦ୍ୱାରା ଦେହ ଆଲୋକ, ଉଷ୍ମତା ଓ ଥଣ୍ଡା ପରି ବାହ୍ୟ ପରିବର୍ତ୍ତନ ପାଇଁ ବିଶେଷ ଭାବେ ପ୍ରତିକ୍ରିୟା ଦେଖାଏ । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.