ରନ୍ଧା ଚିକେନ୍‌କୁ ବି ଗ୍ଲାସ୍‌ରେ ଧୋଇକି ଖାଆନ୍ତି ସୋହା ଅଲି ଖାନ, ଜନ୍ମଦିନରେ ନଣନ୍ଦଙ୍କର ରାଜ୍‌ ଖୋଲି ଦେଲେ ଭାଉଜ କରୀନା

ବଲିଉଡ ଅଭିନେତ୍ରୀ ସୋହା ଅଲି ଖାନ ତାଙ୍କର ୪୩ତମ ଜନ୍ମଦିନ ପାଳନ କରିଛନ୍ତି। ପରିବାର ସଦସ୍ୟ, ସମ୍ପର୍କୀୟ ତଥା ଶୁଭେଚ୍ଛୁଙ୍କ ସମେତ ଲକ୍ଷ ଲକ୍ଷ ଲୋକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ଭାଉଜ କରୀନା କପୁର ଖାନ ମଧ୍ୟ ନିଜ ନଣନ୍ଦ ସୋହାଙ୍କୁ ସୋସିଆଲ ମିଡିଆ ଜରିଆରେ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି।

ଶୁଭକାମନରେ କରୀନା, ସୈଫ୍‌ ଅଲି ଖାନଙ୍କ ଭଉଣୀଙ୍କ ବିଷୟରେ ଏମିତି ଏକ ରହସ୍ୟ ଖୋଲି ଦେଇଛନ୍ତି, ଯାହା ବିଷୟରେ ଆପଣ ଏ ପର୍ଯ୍ୟନ୍ତ ଜାଣି ନାହାନ୍ତି। ସୋହା ଅଲି ଖାନ ଓ କୁନାଲ ଖେମୁଙ୍କ ବିବାହର ଫଟୋ ସେୟାର କରି କରୀନା କପୁର କ୍ୟାପସନରେ ଲେଖିଛନ୍ତି, ‘ଯେବେ ମୁଁ ପ୍ରଥମ ଥର ତାଙ୍କ ସହିତ ମାଳଦ୍ୱୀପରେ ଛୁଟି କାଟିବାକୁ ଯାଇଥିଲି, ସେତେବେଳେ ମୁଁ ତାଙ୍କୁ ଗ୍ଲାସରେ ଚିକେନ୍ ଧୋଉଥିବାର(ମସଲା ବାହାର କରିବା ପାଇଁ) ଏବଂ ଏହାକୁ ଆରାମରେ ଖାଉଥିବାର ଦେଖିଲି। ମୋତେ ଜଣାଥିଲା କି ସେ ଜଣେ ଶାନ୍ତ ମହିଳା’।

କରୀନା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଏବଂ … ତୁମକୁ ଜାଣିବାରେ ସବୁବେଳେ ମୋର ଆନନ୍ଦ ରହି ଆସିଛି। ଜନ୍ମଦିନର ଶୁଭେଚ୍ଛା, ନଣନ୍ଦ, ତୁମକୁ ବହୁତ ଭଲପାଇବା। P.S. ମୁଁ ଭାବୁଛି କି, ଆମେ ଏହି ଫଟୋରେ ବହୁତ ଭଲ ଦେଖା ଯାଉଛେ ଏବଂ ଏଥିପାଇଁ ଏବେ ଏହାକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛି’। କହି ରଖୁଛୁ, କରୀନା କପୁରଙ୍କ ପୋଷ୍ଟ ପରେ ଏବେ ସୋହା ଅଲି ଖାନଙ୍କ ରହସ୍ୟ ସାର୍ବଜନୀନ ହୋଇ ସାରିଛି କି, ସେ ଚିକେନକୁ ବି ଧୋଇକି ଖାଇ ଥାଆନ୍ତି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.