Below header

ଆର୍ଯ୍ୟନ୍‌ ଖାନ କ୍ରୁଜ ଡ୍ରଗ୍ସ ମାମଲାକୁ ନେଇ ଆସିଲା ଆଉ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ

ଗତ ଅକ୍ଟୋବର ୨ ତାରିଖରେ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନ ଗିରଫ ହୋଇଥିଲେ। ଏହି ଡ୍ରଗ୍ସ ଲିଙ୍କ୍ ମାମଲାକୁ ନେଇ ବର୍ତ୍ତମାନ ଏକ ନୂଆ ଟ୍ଵିଷ୍ଟ ସାମ୍ନାକୁ ଆସିଛି । ଏନସିବି ଦ୍ୱାରା ଡ୍ରଗ୍ସ ଜବତ ମାମଲାର ସାକ୍ଷୀ ବିଜୟ ପଗାରେ ଶନିବାର ଦାବି କରିଛନ୍ତି ଯେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ଏହି ଘଟଣାରେ ଫସା ଯାଇଛି । ଅକ୍ଟୋବର ୩ ରେ ୨୩ ବର୍ଷୟ ଆର୍ଯ୍ୟନ୍ ଖାନଙ୍କୁ ଗିରଫ କରାଯାଇଥିଲା ଏବଂ ପ୍ରାୟ ତିନି ସପ୍ତାହ ଜେଲରେ ରହିବା ପରେ ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ।

ରିପୋର୍ଟ ଅନୁସାରେ ସାକ୍ଷୀ ବିଜୟ ପଗାରେ ଏକ ମରାଠୀ ନ୍ୟୁଜ୍ ଚ୍ୟାନେଲ ସହ ବାର୍ତ୍ତାଳାପରେ ଅଭିଯୋଗ କରିଛନ୍ତି ଯେ ଏହି ଘଟଣାକୁ ନେଇ ପୂର୍ବରୁ ଯୋଜନା କରାଯାଇଛି। ଏହାପୂର୍ବରୁ ଏହି ମାମଲାର ଅନ୍ୟ ଜଣେ ସ୍ୱାଧୀନ ସାକ୍ଷୀ ପ୍ରଭାକର ସେଲ ଅଭିଯୋଗ କରିଥିଲେ ଯେ ଆର୍ଯ୍ୟନଙ୍କୁ ମୁକ୍ତ କରିବା ବଦଳରେ କିଛି ଏନସିବି ଅଧିକାରୀ ଟଙ୍କା ଲୁଟିବାକୁ ଚେଷ୍ଟା କରିଥିଲେ। ଏବଂ ଏନସିବି ଏହି ଅଭିଯୋଗର ଯାଞ୍ଚ କରିସାରିଛି।

ସୂଚନା ଯୋଗ୍ୟ ଅକ୍ଟୋବର ୨ରେ ଯେତେବେଳେ ଏନସିବି ଆର୍ଯ୍ୟନଙ୍କୁ ଧରିଥିଲା, ସେହି ଦିନଠାରୁ ଅକ୍ଟୋବର ୭ ପର୍ଯ୍ୟନ୍ତ କିଙ୍ଗ୍ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଏନସିବି କଷ୍ଟୋଡିରେ ରଖାଯାଇଥିଲା । କିନ୍ତୁ ଏହା ପରେ ତାଙ୍କୁ ଆର୍ଥର ରୋଡ ଜେଲକୁ ସିପ୍ଟ କରା ଯାଇଥିଲା । ଏହାପରେ ତାଙ୍କ ଓକିଲ ତିନିଥର ଚେଷ୍ଟା କଲା ପରେ ମିଳିଥିଲା ବେଲ୍ । ମାଜିଷ୍ଟ୍ରେଟ କୋର୍ଟ ଓ ସେସନ କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ବମ୍ବେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ଯେଉଁଠାରେ ଆର୍ଯ୍ୟନ ଖାନଙ୍କୁ ବେଲ୍ ମିଳିଥିଲା । ତେବେ ୩୦ ଅକ୍ଟୋବରରେ ଆର୍ଯ୍ୟନ ଘରକୁ ଫେରିବା ପରେ ଉଭୟ ଶାହାରୁଖ ଓ ଗୌରୀ ବେଶ୍ ଖୁସି ଥିଲେ । ଏଥିସହ ଆର୍ଯ୍ୟନ ଖାନଙ୍କୁ ପୁଣି ଥରେ ଟ୍ରାକକୁ ଆଣିବା ପାଇଁ ଉଦ୍ୟମ କରୁଛନ୍ତି ଶାହାରୁଖ ଓ ଗୌରୀ । ଆର୍ଯ୍ୟନଙ୍କ ସ୍ବାସ୍ଥ୍ୟ, ନ୍ୟୁଟ୍ରିଶନ ଓ ଡାଏଟର ପୂରା ଯତ୍ନ ନିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.