ଏ କି ପ୍ରକାରର ମାନସିକତା? ଆଶା କର୍ମୀଙ୍କୁ ମାଡ଼ ମାରି ପୋତି ଦେଲେ ଗୋବର ଗଦାରେ

ଢେଙ୍କାନାଳ(କେନ୍ଯୁଜ୍): ଆଶା କର୍ମୀଙ୍କୁ ମାଡ଼ ମାରି ଗୋବର ଗଦାରେ ପୋତି ଦେଇଥିବା ଅଭିଯୋଗ । ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା କାଲୁରିଆ ପଞ୍ଚାୟତ ଠାକୁରପାଳ ଗାଁରୁ ଆସିଛି ଏହି ଅଭିଯୋଗ । ଏନେଇ ପଡୋଶୀ ତଥା ନାଏବ ସରପଞ୍ଚ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଯୋରନ୍ଦା ଫାଣ୍ଡିରେ ଅଭିଯୋଗ କରିଛନ୍ତି ଆଶାକର୍ମୀ ।

ତେବେ ଫାଣ୍ଡି ଅଧିକାରୀ ଏତଲା ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ଗତ ଶନିବାର ଦିନ କରୋନା ଟିକା ସର୍ଭେ ସାରି ଫେରିବା ବେଳେ ନାଏବ ସରପଞ୍ଚଙ୍କ ପରିବାର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ସହ ପାଟିତୁଣ୍ଡ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସେମାନେ ମାଡ଼ ମାରିବା ସହ ଗୋବର ଗାଡ଼ିଆରେ ପୋତି ଦେଇଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସର ପ୍ରତିକ୍ରିୟା ମିଳି ପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.